IBN ଓଡ଼ିଶା ବ୍ୟୁରୋ

କେଉଁ ପ୍ରକାର ନାରୀ କେବେବି ବିଧବା ହୋଇନଥାନ୍ତି, ଜୀବନ ସାରା ସଧବା ରୁହନ୍ତି

ନାରୀ ମାନେ ସାକ୍ଷାତ ମା’ ଅର୍ଣ୍ଣପୂର୍ଣ୍ଣାଙ୍କର ସ୍ୱରୂପ ହୋଇଥାନ୍ତି । ନାରୀ ଚାହିଁଲେ ଗୋଟିଏ ଘରକୁ ସ୍ଵର୍ଗ କରିଦେଉଥିବା ବେଳେ ଅନ୍ୟ କିଛି ମହିଳା ଘରକୁ ନର୍କରେ ପରିଣତ କରିଦେଇଥାନ୍ତି । ତେବେ ମହିଳା ମାନଙ୍କର କିଛି ଶାରୀରିକ ଗଠନ ଅନୁଯାଇ ତାଙ୍କର ସ୍ଵଭାବ ବିଷୟରେ ଆଲୋଚନା କରିବା । 1- ଯେଉଁ ନାରୀ ସ୍ଵାମୀଙ୍କୁ ଦେବତା ଭଲ ପୂଜା କରିଥାଏ । ସେହି ମହିଳାଙ୍କୁ ଦେବାଦେବୀଙ୍କର ସର୍ବଦା ଆଶ୍ରୀବାଦ ମିଳିଥାଏ ।

 

2- ଯେଉଁ ମହିଳାଙ୍କ ନାକର ଅଗ୍ରଭାଗରେ କଳାଜାଇ ରହିଥାଏ । ସେହି ମହିଳା ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି । 3- ଯେଉଁ ମହିଳାଙ୍କ କପାଳରେ କଳାଜାଇ ରହିଥାଏ । ସେହି ମହିଳା ମାନେ ଧନବାନ ଓ କୀର୍ତ୍ତିବାନ ହୋଇଥାନ୍ତି । 4- ଯେଉଁ ମହିଳାଙ୍କ ନାକ ଚେପ୍ଟା ସେହି ମହିଳା ମାନେ ବୁଦ୍ଧିମତୀ ହୋଇଥାନ୍ତି । 5- ଯେଉଁ ମହିଳାଙ୍କର ଚାଲି ହାତୀ ଚାଲିବା ଭଳି ହୋଇଥାଏ । ସେହି ମହିଳା ମାନେ ଲକ୍ଷ୍ମୀମନ୍ତ ମହିଳା ହୋଇଥାନ୍ତି ।

6- ଯେଉଁ ମହିଳା ମାନଙ୍କ ପାଦରେ ଅନାମିକା ଅଙ୍ଗୁଳି ନଥାଏ । ସେହି ମହିଳା ମାନେ କଳିହୁଡି ସ୍ଵଭାବର ମହିଳା ହୋଇଥାନ୍ତି । 7- ଯେଉଁ ମହିଳା ମାନଙ୍କର ପାଦର ମଧ୍ୟମା ଅଙ୍ଗୁଳି ଯଦି ଭୂମୀରେ ଲାଗୁନଥାଏ । ତେବେ ସେହି ମହିଳାଙ୍କର 2 ଟି ସ୍ଵାମୀ ହୋଇଥାଏ । 8- ଯେଉଁ ମହିଳାଙ୍କ ପାଦ ଚିକ୍କଣ, ନଖ ତମ୍ବା ରଙ୍ଗ ପରି ତାଳି ପାଦରେ ମାଛ, ଆଙ୍କୁଶ ଓ ଚକ୍ରଚିହ୍ନ ରହିଥାଏ । ସେମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି ।

 

9- ଯେଉଁ ମହିଳାଙ୍କ କାଣୀ ଆଙ୍ଗୁଠି ଭୂମୀରେ ଲାଗିନଥାଏ । ସେହି ମହିଳା ମାନେ ପ୍ରଥମ ବିବାହିତ ସ୍ଵାମୀଙ୍କୁ ବିନାଶ କରି ବିଧବା ହେବା ପରେ ଯଦି ପୁଣି ଥରେ ବାହା ହୋଇଥାଏ । ତେବେ ଦିତୀୟ ସ୍ଵାମୀର ମଧ୍ୟ ବିନାଶ ଘଟାଇ ଥାଏ । 10- ଯେଉଁ ମହିଳାଙ୍କ ଗୋଇଠି ଓ ପାଦ ଅଳ୍ପ ଉଚ ରହିଥାଏ । ପାଦ ତଳେ ଚକ୍ର, ମାଛ, ପଦ୍ମ ଓ ଲଙ୍ଗଳ ଚିହ୍ନ ରହିଥାଏ । ସେହି ମହିଳା ମାନେ ରାଜପନ୍ଥୀ ହୋଇଥାନ୍ତି ।

11- ଯେଉଁ ମହିଳାଙ୍କ ମଥାରେ ଲୋମ ଏବଂ ଶିରା ଦେଖାଯାଇଥାଏ । ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି । 12- ଯେଉଁ ମହିଳା ମାନଙ୍କର କେଶ କୁଞ୍ଚୁକୁଞ୍ଚିଆ, କେଶ ଗୁଡିକ ସୁଖ୍ଶ୍ମ ଓ ଅତ୍ୟନ୍ତ ଚିକ୍କଣ ସେମାନେ ସୌଭାଗ୍ୟବତୀ ହୁଅନ୍ତି । 13- ଯେଉଁ ମହିଳାଙ୍କର କେଶ ଘନ କଳା ଓ କୁଞ୍ଚୁକୁଞ୍ଚିଆ ହୋଇଥାଏ । ସେମାନେ ସର୍ବଦା ନିଜ ଜୀବନରେ ସୁଖ ଭୋଗ କରିଥାନ୍ତି ।

 

14- ଯେଉଁ ମହିଳାଙ୍କର କେଶ ଲମ୍ବା ନହୋଇ ଛୋଟ ଛୋଟ ଓ ସୁନ୍ଦର ଦେଖାଯାଉଥିବ । ସେହି ମହିଳା ମାନେ ରାଜକନ୍ୟା ହୋଇଥାନ୍ତି । 15- ଯେଉଁ ମହିଳା ମାନେ ମୁଣ୍ଡରେ ଗୋଟିଏ ସରଳରେଖାରେ ସିନ୍ଥି କାଟିଥାନ୍ତି । ସେହି ମହିଳା ମାନେ ଅହିସୁଲକ୍ଷଣୀ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button