ସ୍ୱାସ୍ଥ୍ୟ

ଅର୍ଶ, ମଳକଣ୍ଟକ ଭଳି ସମସ୍ଯାକୁ ନେଇ ଚିନ୍ତିତ ! ଏହି ଉପାୟକୁ ଥରେ କରି ଦେଖନ୍ତୁ, ଅର୍ଶ ଦୂର କରିବାର ବେଷ୍ଟ ଉପାୟ !

ଅର୍ଶ ବା ପାଇଲ୍ସ ଏକ ଏଭଳି ସମସ୍ଯା ଅଟେ । ଯାହା ବହୁତ କଷ୍ଟଦାୟକ ହୋଇଥାଏ । ଯାହା ହେବା ଦ୍ଵାରା ମଳଦ୍ଵାର ଫୁଲିଯାଇଥାଏ । ଯାହା ଦ୍ଵାରା ମଳଦ୍ଵାରରେ ଅର୍ଷାବଳି ବାହାରିଥାଏ । ହେଲେ ଅର୍ଶ ଭଳି ସମସ୍ଯାରେ ପୀଡିତ ବ୍ୟକ୍ତି, ଯଦି ଚାହିଁବେ । ତେବେ ଏହି ସମସ୍ଯାକୁ ସଂପୂର୍ଣ୍ଣ ରୂପେ ଭଲ ମଧ୍ୟ କରିପାରିବେ । ତେଣୁ ଏଠାରେ ଏକ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ । ଯେଉଁ ବ୍ୟକ୍ତିଙ୍କର ଅର୍ଶରୁ ରକ୍ତ ପଡୁଥାଏ । ସେମାନେ ଏହି ଉପଚାରଟି କରି ଦେଖନ୍ତୁ ।

 

ପ୍ରଥମେ ଏକ କଲରାକୁ ଧୋଇ ତାହାର ଚୋପା ବାହାର କରି ଦିଅନ୍ତୁ । ତାପରେ ତାହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦେଇ ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରିବା ସହ ତାହାର ଛଣା ସାହାଜ୍ଯରେ କଲରା ରସ ବାହାର କରନ୍ତୁ । ତାପରେ ଆପଣ ସେହି କଲରା ରସରୁ 1 ଚାମଚ କଲରା ରସ ଏକ ପାତ୍ରକୁ ନିଅନ୍ତୁ । ସେଥିରେ ଚିମୁଟାଏ ଚିନୀ ମିଶାନ୍ତୁ ।

ତାପରେ ତାହାକୁ ଭଲରେ ଗୋଳାଇ ସକାଳୁ ଖାଲି ପେଟରେ ନିତ୍ୟକର୍ମ ସାରି ଓ ରାତିରେ 2 ଥର 1 ସପ୍ତାହ ପର୍ଯ୍ୟନ୍ତ ସେବନ କରିବା ଉଚିତ । ଯାହା ଦ୍ଵାରା ଅର୍ଶରୁ ରକ୍ତରୁ ପଡୁଥିବା ବ୍ୟକ୍ତିଙ୍କର ସମସ୍ଯା ଏହି ଉପାୟ ଦ୍ଵାରା ଠିକ ହୋଇଯାଇଥାଏ ।

 

ଦିତୀୟରେ ପାଇଲ୍ସକୁ ଠିକ କରିବାକୁ ଚାହୁଁଥିଲେ । ଫାଳେ ଲେମ୍ବୁକୁ କାଟି ତାହାର ରସ ଛାଣିକି ବାହାର କରି ଦିଅନ୍ତୁ । ତାପରେ 1 ଗ୍ଳାସ କଞ୍ଚା କ୍ଷୀର ସହ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଯଦି ଚାହିଁବେ, କ୍ଷୀରକୁ ଫୁଟାଇ ତାହାକୁ ଥଣ୍ଡା କରିବା ପରେ ଯାଇ ଲେମ୍ବୁ ରସ ମିଶାନ୍ତୁ । କ୍ଷୀରରେ ଲେମ୍ବୁ ରସ ମିଶାଇ ତୁରନ୍ତ ତାହାର ସେବନ କରିନେବା ଉଚିତ । ନଚେତ କ୍ଷୀର ଛିଡିଯାଇଥାଏ ।

7 ଦିନ ଏହି ଉପାୟକୁ ଲଗାତର କରିବା ଦ୍ଵାରା ଅର୍ଶ ବା ପାଇଲ୍ସ ସମସ୍ଯାରୁ କେତେ ମାତ୍ରରେ ଉପଶମ ମିଳିଥାଏ ଜାଣିପାରିବେ । ମଳ କରିବା ସମୟରେ ବ୍ୟକ୍ତିକୁ କୌଣସି ପ୍ରକାର ଅସହ୍ୟ କଷ୍ଟ ଯନ୍ତ୍ରଣା ସହିବାକୁ ପଡିନଥାଏ । ଏହା ସଂପୂର୍ଣ୍ଣ ରୂପେ ପ୍ରାକୃତିକ ତଥା ଘରୋଇ ଉପଚାର ଅଟେ । ଯାହା ଅର୍ଶ, ମଳକଣ୍ଟକ , ଭଗନ୍ଦର ଭଳି ସମସ୍ଯାମାନକୁ ଠିକ କରିବା ପାଇଁ ଭଲ ଉପାୟ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button