IBN ଓଡ଼ିଶା ବ୍ୟୁରୋ

ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ : ୪୦ ମୃତ, ୬୦ ଆହତ

ନୂଆଦିଲ୍ଲୀ ୧୦।୦୯: ହମାସ ଆକ୍ରମଣ ପର ଠାରୁ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ସେପ୍ଟେମ୍ବର ୧୦ ତାରିଖ ଦିନ ସକାଳେ ଇସ୍ରାଏଲ୍ ସେନା ପାଲେଷ୍ଟାଇନ ଅଞ୍ଚଳର ଦକ୍ଷିଣରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଅଲ-ମାୱାସୀ ଅଞ୍ଚଳରେ ଥିବା ଏକ କ୍ୟାମ୍ପରେ ଇସ୍ରାଏଲ ସୈନ୍ୟ ୪ ଟି ମିଶାଇଲ ମାଡ କରିଥିଲେ।

ଏହି ଆକ୍ରମଣ ଗାଜାର ଖାନ ୟୁନିସ୍ ସହରର ଅଲ-ମାୱାସୀ ଅଞ୍ଚଳରେ କରାଯାଇଥିଲା।

୨୦ ତମ୍ବୁରେ ନିଆଁ ଲାଗିଯାଇଥିଲା

ଗାଜାର ଖାନ ୟୁନିସ ସହରକୁ ଟାର୍ଗେଟ କରାଯାଇଥିଲା । ଏହା ସେହି ଅଞ୍ଚଳ ଯେଉଁଠାରେ ଯୁଦ୍ଧ ଆରମ୍ଭ ହେବା ସମୟରେ ଇସ୍ରାଏଲ ସୈନ୍ୟମାନେ ଏହାକୁ ନିରାପଦ ଅଞ୍ଚଳ ଘୋଷଣା କରିଥିଲେ। ଯାହା ପରେ ହଜାର ହଜାର ପାଲେଷ୍ଟାଇମାନେ ଏଠାରେ ଆଶ୍ରୟ ନେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣ ଯୋଗୁଁ ୨୦ ଟି ତମ୍ବୁରେ ନିଆଁ ଲାଗିଯାଇଛି । ଆକ୍ରମଣ ପରେ ଏବେ ଇସ୍ରାଏଲ ସେନାର ବିବୃତ୍ତି ମଧ୍ୟ ବାହାରକୁ ଆସିଛି।

ଏହି ଆକ୍ରମଣରେ ଇସ୍ରାଏଲ୍ ସେନା କ’ଣ କହିଛି?

ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଇସ୍ରାଏଲ୍ ସେନା କହିଛି ଯେ ସେମାନେ ଖାନ ୟୁନିସରେ ହମାସର କମାଣ୍ଡ ସେଣ୍ଟରକୁ ଟାର୍ଗେଟ କରିଛନ୍ତି। ଇସ୍ରାଏଲ୍ ସେନା କହିଛି ଯେ ଆକ୍ରମଣରେ ହମାସ୍ ଆତଙ୍କବାଦୀମାନେ କାମ କରୁଥିଲେ। ହେଲେ ହମାସ ଏହାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button