ରାଜ୍ୟ

ରାଜ୍ୟରେ ଘଟିଥିବା ରହସ୍ୟଜନକ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ଦିଆଯାଉ :

ଭୁବନେଶ୍ବର ୧୦।୯: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ମମିତା ମେହେର ହତ୍ୟା ଏବଂ ଗୋବିନ୍ଦ ସାହୁଙ୍କର ରହସ୍ୟଜନକ ମୃତ୍ୟୁ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଆଉ ଏହିସବୁ ଘଟଣାକୁ ନେଇ ହୋଇଥିବା ତଦନ୍ତ ଉପରେ ମଧ୍ୟ ଓଡ଼ିଶାବାସୀଙ୍କର ବିଶ୍ୱାସ ନାହିଁ । ତେଣୁ ଏହିସବୁ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି ।

ସରକାର ଏହା ଉପରେ ପଦକ୍ଷେପ ନେଇ ସିବିଆଇକୁ ତଦନ୍ତ ପାଇଁ ସୁପାରିସ କରନ୍ତୁ । ସେ ସମୟରେ ସରକାର ପୋଲିସକୁ ପ୍ରଭାବିତ କରିଛି । ସେ ସମୟରେ ତଦନ୍ତ ବେଳେ ଯାହା ସବୁ କରାଯାଇଛି, ତାହା ସନ୍ଦେହଜନକ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button