ଜହ୍ନରେ ଭୂମିକମ୍ପର ଆଭାସ; ୨୫୦ରୁ ଅଧିକରୁ କମ୍ପନ ରେକର୍ଡ କଲା ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ: ବାରମ୍ବାର ଥରୁଛି ଚନ୍ଦ୍ରପୃଷ୍ଠ । ଜହ୍ନରେ ଭୂମିକମ୍ପର ଆଭାସ । ଚନ୍ଦ୍ରରେ ୫୦ ଥର କମ୍ପନ । ଇସ୍ରୋ ଦ୍ବାରା ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଏହି କମ୍ପନକୁ ରେକର୍ଡ କରିଛି । ଦକ୍ଷିଣମେରୁରୁ ପ୍ରାୟ ୨୫୦ରୁ ଅଧିକ ଚନ୍ଦ୍ରକମ୍ପର ସଙ୍କେତ ଆସିଛି । ଏଥିରୁ ପ୍ରାୟ ୫୦ଟି ସଙ୍କେତ ରୋଭର ‘ପ୍ରଜ୍ଞା’ର ଗତିବିଧି କାରଣରୁ ନୁହେଁ ବରଂ ଜହ୍ନରେ ସିସ୍ମିକ୍ ଆକ୍ଟିଭିଟି ଯୋଗୁ ହୋଇଥାଇ ପାରେ ।
ମୁନକ୍ବେକ୍ ସହିତ ଏହାର ସମ୍ପର୍କ ରହିଛି ବୋଲି ଅନୁମାନ କରୁଛନ୍ତି ଇସ୍ରୋ ବୈଜ୍ଞାନିକ ।
ଚନ୍ଦ୍ରପୃଷ୍ଠରେ ଏଭଳି କମ୍ପନକୁ ପ୍ରଥମ ଥର ରେକର୍ଡ କରିଛି ଚନ୍ଦ୍ରୟାନ-୩ । ଦକ୍ଷିଣ ମେରୁର ଅନ୍ଧାରିଆ ପ୍ରାନ୍ତରେ ଲଗାତାର ଏହି କମ୍ପନ ସୃଷ୍ଟି ହେଉଛି । ଏହି ୫୦ କମ୍ପନ ଉପରେ ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ବୈଜ୍ଞାନିକ ଉପକରଣ ତଥା ଇନଷ୍ଟ୍ରୁମେଣ୍ଟ ଫର୍ ଲୁନାର ସିସ୍ମିକ୍ ଆକ୍ଟିଭିଟି ଦ୍ବାରା ଚନ୍ଦ୍ରାୟାନ-୩ ଅବତରଣ କରିଥିବା ସ୍ଥଳରେ ପରୀକ୍ଷା କରାଯାଇଥିଲା । ଚନ୍ଦ୍ରର ଭୂତ୍ବରଣ ରେକର୍ଡ ପାଇଁ ଏଥିରେ ସିଲିକନ୍ ମାଇକ୍ରୋମେସିନିଂ ଟେକ୍ନୋଲୋଜି ଦ୍ବାରା ନିର୍ମିତ ସେନସର ବ୍ୟବହାର କରାଯାଇଥିଲା ।
ଇସ୍ରୋ ଲାବରେଟୋରୀ ଫର୍ ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ୍ସ ବା ଲିଓସରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚନ୍ଦ୍ରପୃଷ୍ଠରେ ରେକର୍ଡ କରାଯାଇଥିବା ୨୫୦ରୁ ଅଧିକ କମ୍ପନ ମଧ୍ୟରୁ ପ୍ରାୟ ୨୦୦ଟି ସଙ୍କେତ ରୋଭର ପ୍ରଜ୍ଞାର ଗତିବିଧି ଜନିତ। ମାତ୍ର ବାକି ୫୦ କମ୍ପନର କୌଣସି ସ୍ପଷ୍ଟୀକରଣ ନାହିଁ । ଏହା ଚନ୍ଦ୍ରରେ ଭୂକମ୍ପ ଯୋଗୁ ହୋଇଥାଏ ପରେ ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି । ମିସନ କମାଣ୍ଡ ଇତିହାସରୁ ଏହା ନିଶ୍ଚିତ ହୋଇଛି ଯେ ଏହି ସମୟସୀମା ମଧ୍ୟରେ ଚନ୍ଦ୍ରକମ୍ପ ସୃଷ୍ଟି କରିପାରୁଥିବା କୌଣସି କାର୍ଯ୍ୟକଳାପ ଦ୍ବାରା ହୋଇନାହିଁ । ତେଣୁ ଗବେଷକମାନେ ଏହାକୁ ଅସମ୍ବନ୍ଧୀୟ ଘଟଣା ଭାବେ ବର୍ଗୀକୃତ କରିଛନ୍ତି । ଅଧିକ ଗବେଷଣାରୁ ଏହି କମ୍ପନର ସମ୍ପର୍କ ଚନ୍ଦ୍ରକମ୍ପ ରହିଛି କି ନାହିଁ ଆଗକୁ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।
୨୦୨୩ ଅଗଷ୍ଟ ୨୩ ତାରିଖରେ ଇତିହାସ ରଚିଥିଲା ଇସ୍ରୋ । ଚନ୍ଦ୍ରାୟନ-୩ ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହା ପରେ ରୋଭର ‘ପ୍ରଜ୍ଞା’ ଲ୍ୟାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିଥିଲା । ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରି ପଠାଇଛି । ଏହାର ସହିତ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟ ରେକର୍ଡ କରିଛି ।…