ଇଞ୍ଜିନିୟରଙ୍କ ଘରୁ ଜବତ ହେଲା ~୨.୩୯ କୋଟି

ନୂଆଦିଲ୍ଲୀ: (ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି)ର ବରିଷ୍ଠ ପରିବେଶ ଇଞ୍ଜିନିୟର ମହମ୍ମଦ ଆରିଫ୍ ଆଜି ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ମଧ୍ୟସ୍ଥଙ୍କ ପୁଅଠାରୁ ୯୧,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। ଏହାପରେ ସିବିଆଇ ତାଙ୍କ ବାସଭବନରେ ଚଢ଼ଉ କରି ୨.୩୯ କୋଟି ଟଙ୍କା ଜବତ କରିଛି।
ଉଲ୍ଲେଖଯୋଗ୍ୟ, ସିବିଆଇ ଗତକାଲି ଆରିଫ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସିବିଆଇ ଏତଲାରେ ଦର୍ଶାଯାଇଛି ଯେ ଆରିଫ ଦୁର୍ନୀତିରେ ଜଡ଼ିତ।
ଡିପିସିସିରୁ ଘରୋଇ କମ୍ପାନିଗୁଡ଼ିକର ଅନୁ ମୋଦନ ନବୀକରଣ ପାଇଁ ସେ ଲାଞ୍ଚ ନିଅନ୍ତି। ମଧ୍ୟସ୍ଥଜଣକ ଆରିଫଙ୍କୁ ନିୟମିତଭାବେ ଏହି ଲାଞ୍ଚ ଟଙ୍କା ପ୍ରଦାନ କରନ୍ତି। ଏତଲା ପରେ ସିବିଆଇ ଅଧିକାରୀମାନେ ଆରିଫଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆରିଫଙ୍କୁ ମଧ୍ୟସ୍ଥଙ୍କ ପୁଅ କିଶଲୟ ଶରଶ ସିଂହ ଆଜି ଲାଞ୍ଚ ଟଙ୍କା ଦେବାବେଳେ ସିବିଆଇ ଅଧିକାରୀମାନେ ଉଭୟଙ୍କୁ ଧରି ଗିରଫ କରିଛନ୍ତି। ଏହାପରେ ଆରିଫଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇ ଟଙ୍କା ଏବଂ ସଂପତ୍ତି କାଗଜପତ୍ର ଜବତ କରାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଛି।