IBN ଓଡ଼ିଶା ବ୍ୟୁରୋ

ଯଦି ଭଲ ଜୀବନସାଥି ଖୋଜୁଛନ୍ତି, ତେବେ ଏହି ସବୁ ରାଶି ଉପରେ କରନ୍ତୁ ଆଖି ବନ୍ଦ କରି ବିଶ୍ଵାସ

ଆଜିକାଲି ସମୟ ଏମିତି ହୋଇ ଯାଇଛି କି ଧୀରେ ଧୀରେ ଲୋକମାନେ ଲଭ ମ୍ୟାରେଜରେ ବିଶ୍ଵାସ କରିବାକୁ ଲାଗିଛନ୍ତି । ଖାସକରି ଆଜିର ଯୁବପିଢି ଲଭ ମ୍ୟାରେଜ ହିଁ କରିବାକୁ ଚାହୁଁଛନ୍ତି କାରଣ ସେ ଏହା ଜରିଆରେ ନିଜର ପାର୍ଟନରଙ୍କୁ ପୂର୍ବରୁ ଜାଣି ପାରିଥାନ୍ତି ଓ ତାହା ଉପରେ ବିଶ୍ଵାସ ବି ରହୁଥିଲା । ଅନ୍ୟ ପଟେ କିନ୍ତୁ କେତେ ଥର ପ୍ରେମରେ ଧୋକା ମିଳିବା ପରେ ଯୁବପିଢୀ ବି ଚିନ୍ତାରେ ପଡି ଯାଇଛନ୍ତି କି ଶେଷରେ ଏମିତି କଣ କରିବା ଦ୍ଵାରା ସେହି ଝିଅ କିମ୍ବା ପୁଅ ବିଷୟରେ ଜାଣି ହେବ ଓ ଧୋକା ଖାଇବା ଠାରୁ ବଞ୍ଚି ହେବ ।

ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ଵାସ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଆଧାରରେ ଏମିତି କିଛି ଉପାୟ କହିବୁ ଯାହାକୁ ଆପଣାଇଲେ ଆପଣଙ୍କୁ ପ୍ରେମରେ ଧୋକା ମିଳିବ ନାହିଁ । ଏଥିପାଇଁ ସମସ୍ତେ ଚିନ୍ତିତ ହୋଇଥାନ୍ତି ଓ କାହିଁକି ବି ନ ହେବେ କାରଣ ବିବାହ ଏକ ବଡ ନିଷ୍ପତି ହୋଇଥାଏ ।

ବିବାହ ବନ୍ଧନରେ ବାନ୍ଧି ହୋଇଯିବା ଓ ପୁଣି ପୁରା ଜୀବନ ତାହା ସହିତ ବିତାଇବା, ଏହା କୌଣସି ଛୋଟ କଥା ନୁହେଁ । ବର୍ତ୍ତମାନ ସମୟରେ ଲୋକମାନେ ବିବାହକୁ ମର୍ଡନ ଉପାୟ ବୁଝିବାକୁ ଲାଗିଛନ୍ତି, କାରଣ ବିବାହ ପୂର୍ବରୁ ପୁଅ ଝିଅ ବହୁତ ମିଟିଙ୍ଗ ବି କରିଥାନ୍ତି, କିନ୍ତୁ ଯେତେବେଳେ ପର୍ଯ୍ୟନ୍ତ ବିବାହ ହୋଇ ନ ଥାଏ, ତେବେ ଆପଣ ସାମ୍ନାରେ ଥିବା ବ୍ୟକ୍ତିର ଅସଲ ସ୍ଵଭାବ ବୁଝି ପାରିବେ ନାହିଁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଗୋଟିଏ ବ୍ୟକ୍ତିର ରାଶି ଦ୍ଵାରା ତାହା ବିଷୟରେ ବହୁତ କିଛି ଜାଣି ପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ରାଶି ଉପରେ ଆପଣ ଆଖି ବନ୍ଦ କରି ବିଶ୍ଵାସ କରି ପାରିବେ ।

କନ୍ୟା ରାଶି

ଏହି ରାଶିର ଲୋକମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ଵାସ କରି ପାରିବେ କାରଣ ଏମାନେ କାହା ସହିତ ବି ବିଶ୍ଵାସଘାତକତା କରନ୍ତି ନାହିଁ । ଏତିକି ନୁହେଁ ଏମାନେ ନିଜ ପାର୍ଟନର ସହିତ ପୁରା ଜୀବନ ବ୍ୟତୀତ କରିଥାନ୍ତି । ଏମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ଵାସ କରି ପାରିବେ । ଏହି ରାଶିର ଲୋକମାନଙ୍କ ହୃଦୟ ବହୁତ ଭଲ ହୋଇଥାଏ । ଏମାନେ ନିଜର ଜୀବନସାଥିଙ୍କ ଧ୍ୟାନ ନିଜ ଠାରୁ ବି ଅଧିକ ରଖିଥାନ୍ତି ।

ସିଂହ ରାଶି

ଏହି ରାଶିର ଲୋକମାନେ ଅଳ୍ପ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ କଥା କଥାରେ ରାଗ ଆସିଥାଏ । କିନ୍ତୁ ଏମାନଙ୍କ ସ୍ଵଭାବ ବହୁତ ହିଁ ସରଳ ହୋଇଥାଏ । ଏମାନେ ନିଜ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ଧ୍ୟାନ ହୃଦୟର ସହିତ ରଖିଥାନ୍ତି । ଏମାନେ ନିଜର ପାର୍ଟନରକୁ ବହୁତ ଭଲ ପାଆନ୍ତି ଓ ତାଙ୍କୁ ଜୀବନ ସାରା ନିଜର ଭଲ ପାଇବା ବି ଦିଅନ୍ତି ।

ମକର ରାଶି

ଏହି ରାଶିର ଲୋକମାନେ ନିଜର ଜୀବନସାଥିଙ୍କୁ ନେଇ ବହୁତ ହିଁ ସତର୍କ ହୋଇଥାନ୍ତି । ଏମାନେ ସବୁବେଳେ ତାଙ୍କୁ ଖୁସି ରଖିବାକୁ ଚାହାନ୍ତି । ଏଥିପାଇଁ ଏମାନଙ୍କୁ କିଛି ବି କରିବାକୁ ପଡିଲେ ମଧ୍ୟ ଏମାନେ ପଛକୁ ଫେରନ୍ତି ନାହିଁ । ଏମାନେ କେବେ ବି ନିଜ ସାଥିକୁ ଦୁଖୀ ଦେଖି ପାରନ୍ତି ନାହିଁ । ଏମାନଙ୍କ ପାଇଁ ଜୀବନସାଥିଙ୍କ ସହିତ ଏମାନଙ୍କ ସମ୍ପର୍କ ବହୁତ ମହତ୍ଵ ହୋଇଥାଏ । ଏମାନେ ନିଜର ଜୀବନସାଥିଙ୍କୁ ବହୁତ ଭଲ ପାଆନ୍ତି ଓ ପୁରା ଜୀବନ ତାଙ୍କ ସହିତ ନିଭାଇ ଥାନ୍ତି । ଯଦି ଆପଣଙ୍କୁ ଲେଖାଟି ଭଲ ଲାଗିଛି ଅନ୍ୟମାନଙ୍କ ସହିତ ସେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button