IBN ଓଡ଼ିଶା ବ୍ୟୁରୋ

୬ମହଲା ବିଲ୍ଡିଂ ଉପରୁ ଡେଇଁ ଜୀବନ ହାରିଲେ ମଲାଇକାଙ୍କ ବାପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଜୀବନ ହାରିଦେଲେ ତାଙ୍କ ବାପା ଅନିଲ ଆରୋରା। ଆଜି ସକାଳ ୯ଟାରେ ଅଭିନେତ୍ରୀଙ୍କ ବାପା ନିଜ ଘର ବାଲକୋନୀରୁ ଡେଇଁ ଜୀବନ ହାରିଥିବା ଜଣାଯାଇଛି। ଘରଟି ବାନ୍ଦ୍ରାରେ ଥିବା ବେଳେ ତାଙ୍କ ବାପା ୬ମହଲା ଉପରୁ ତଳକୁ ଡେଇଁଥିଲେ ବୋଲି ସାମ୍ନାକୁ ଆସିଛି।

ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ସେ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ ବୋଲି କୁହାଯାଉଛି।

ଏହି ଖବର ପରେ ପୁଣେରେ ଥିବା ମଲାଇକା ଆରୋରା ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ପିତାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ଏହି ଖବର ଆସିବା ମାତ୍ରେ ମଲାଇକା ଆରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ଅଭିନେତ୍ରୀଙ୍କ ଘରେ ପହଞ୍ଚିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ କହିଛି ଏବଂ ତଦନ୍ତ ଜାରି ରଖିଛି। ବାନ୍ଦ୍ରା ପୁଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ପାଇ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button