ରାଜ୍ୟ

ଗୌଡିୟ ମଠରେ ରାଧାଷ୍ଟମୀ ପୂଜା, ମନ୍ତ୍ର ପାଠରେ ସୃଷ୍ଟି ହେଉଛି ଭକ୍ତିମୟ ପରିବେଶ

ଜି ହେଉଛି ପବିତ୍ର ରାଧାଷ୍ଟମୀ । ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି । ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଇଥାଏ ।

ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପାଟରାଣୀ ରାଧାଙ୍କର ବିଧିବିଧାନରେ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଖୁସି ଆସିଥାଏ ।

ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାନ୍ତି । ସେଥିପାଇଁ ମହିଳା ଶ୍ରଦ୍ଧାଳୁଙ୍କର ବିଭିନ୍ନ ମନ୍ଦିରରେ ଭିଡ ଲାଗିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଗୌଡିୟ ମଠରେ ରାଧାଷ୍ଟମୀ ପୂଜା ବେଶ ଧୂମଧାମରେ ଚାଲିଛି । ହାତରେ ପୂଜା ଡାଲା ଧରି ମହିଳା ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ପୂଜା ଅର୍ଚନା କରୁଛନ୍ତି । ମନରେ ଉତ୍ସାହ ଓ ଶ୍ରଦ୍ଧାଳୁମାନଙ୍କ ଆବେଗ ବେଶ ପରିଲକ୍ଷିତ ହୋଇଛି । ମନ୍ତ୍ର ପାଠରେ ସୃଷ୍ଟି ହେଉଛି ଭକ୍ତିମୟ ପରିବେଶ । କପ୍ତିପଦା ଉପଖଣ୍ଡରେ ଏକମାତ୍ର ଗୌଡିୟ ମଠ ଥିବାରୁ ହଜାର ହଜାର ମହିଳା ଶ୍ରଦ୍ଧାଳୁଙ୍କ ପୂଜା ପାଇଁ ଭିଡ ଲାଗିରହିଛି ।

ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣ ଅବତାରରେ ଆସିଥିଲେ ସେହି ସମୟରେ ମା’ ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ । ଏହି ଦିନକୁ ହିଁ ରାଧା ଜୟନ୍ତୀ ବା ରାଧାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମଧ୍ୟ ମହତ୍ତ୍ୱ ରହିଛି । କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ । ବିବାହିତ ମହିଳା ରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ରଖିଥାନ୍ତି ।

କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧା ରାଣୀଙ୍କୁ ପ୍ରସନ୍ନ କରିଥାନ୍ତି, ସେମାନଙ୍କ ଉପରେ ଶ୍ରୀକୃଷ୍ଣ ଆପେ ଆପେ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button