ସ୍ୱାସ୍ଥ୍ୟ
ବାସ୍ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..
ଉଷୁମ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଛି। ଏଥିରେ ଥିବା କ୍ୟାଲସିୟମ, ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ । ଜାଣନ୍ତୁ ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ କି କି ଲାଭ ମିଳିଥାଏ।
ଉତ୍ତମ ନିଦ ପାଇଁ..
ଉଷୁମ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦରେ ସହାୟକ ହୋଇଥାଏ ।
ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ଫଳରେ ଭଲ ନିଦ ହୋଇଥାଏ । ଏହା ମେଲାଟୋନିନ ଉତ୍ପାଦନକୁ ବଢାଇ ଦେଇଥାଏ । ଯାହା ନିଦ ପାଇଁ ଆବଶ୍ୟକ ହେଉଥିବା ହରମୋନ ।