IBN ଓଡ଼ିଶା ବ୍ୟୁରୋ

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ ଭୂମିକା। ଯେମିତିକି: ଲୁଣ ପାଣିରେ ଘର ପୋଛିଲେ ନକରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି କାହାକୁ ଖରାପ ନଜର ଲାଗିଥିଲେ, କିଛି ଲୁଣକୁ ନେଇ ତାଙ୍କ ଚାରିପଟେ ତିନିଥର ବୁଲାଇ ତାହାକୁ ବାହାରେ ଫୋପାଡିଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।

ରାତିରେ ଶୋଇବା ପୂର୍ବରୁ ପାଣିରେ କିଛି ଲୁଣ ମିଶାଇ ହାତପାଦ ଧୋଇଦେଲେ ଥକାପଣ ଦୂର ହେବା ସହ ନିଦ ଭଲ ହୋଇଥାଏ ବୋଲି ମାନ୍ୟତା ରହିଛି।

ସେହିପରି ଘରେ କୌଣସି ବ୍ୟକ୍ତି ବହୁତ ଦିନ ଧରି ରୋଗରେ ପଡିଥିଲେ, କାଚ ବୋତଲରେ ଲୁଣ ଭର୍ତ୍ତି କରି ତାଙ୍କ ଶେଯ ପାଖରେ ରଖି ସପ୍ତାହକୁ ସପ୍ତାହ ତାହାକୁ ବଦଳାଉଥିଲେ ଧୀରେ ଧୀରେ ରୋଗରୁ ଉପଶମ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

ଅନେକ ସମୟରେ ଦେଖାଯାଏ, କିଛି ବାସ୍ତୁଦୋଷ ଥିଲେ ଘରେ ସର୍ବଦା କଳହ ଲାଗିବା ସହ ଅଭାବ ଦେଖା ଦେଇଥାଏ। ଏପରି ସ୍ଥଳେ କାଚ ଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ କ୍ରମେ ବାସ୍ତୁଦୋଷ ଆପେ ଆପେ ସମାଧାନ ହୋଇଯାଏ ବୋଲି ବିଶ୍ୱାସ ରହିଛି।

ଅନ୍ୟପକ୍ଷେ କୁହାଯାଏ, ପଡୋଶୀରେ କାହାକୁ ଲୁଣ ଧାରରେ ଦେବା କଥା ନୁହେଁ କି ଆଣିବା କଥା ବି ନୁହେଁ। ଏହାଦ୍ୱାରା ସମ୍ପର୍କରେ କ୍ରମେ ତିକ୍ତତା ଆସିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button