ସ୍ୱାସ୍ଥ୍ୟ

କେବଳ ଗୋଟିଏ ଅଣ୍ଡା ହିଁ ଭଲ କରିଦେବା ଅର୍ଶ , ଜାଣନ୍ତୁ କିପରି କରିବେ ଉପଚାର :-

ଆଜିକାଲି ଯୁଗରେ ଲୋକଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ । ଖାଦ୍ୟପେୟ ଅଭ୍ୟାସ ରେ ପରିବର୍ତ୍ତନ କାରଣରୁ ଅନେକ ସାଙ୍ଘାତିକ ରୋଗ ଦେଖା ଦେଇଥାଏ । ଯାହାଦ୍ୱାରା ବର୍ତ୍ତମାନ ସମୟରେ ଭାରତରେ ଅଧିକାଂଶ ଲୋକେ ମଧୁମେହ ଏବଂ ଅର୍ଶ ଭଳି ରୋଗରେ ପୀଡ଼ିତ ହେଉଛନ୍ତି ଯାହାର ଉପଚାର ସହଜ ହୋଇ ପାରୁନାହିଁ କିମ୍ବା ନିୟନ୍ତ୍ରଣ ମଧ୍ୟ ହୋଇ ପାରୁନାହିଁ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଅର୍ଶ ଭଲ କରିବା ପାଇଁ ଏକ ସହଜ ଉପଚାର ସମ୍ବନ୍ଧରେ କହିବୁ । ଯାହାକୁ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢ଼ନ୍ତୁ ।

ଆମେ ଆପଣଙ୍କୁ ଅଣ୍ଡା ଦ୍ୱାରା କିପରି ଅର୍ଶ ଭଲ କରିହେବ ସେହି ସମ୍ବନ୍ଧରେ କହିବୁ। ଅନ୍ୟାନ୍ୟ ଆୟୁର୍ବେଦିକ ଉପଚାର ଭଳି ମଧ୍ୟ ଏହି ଉପାୟ କାମ କରିଥାଏ । କିନ୍ତୁ ଏହି ଉପଚାର ପାଇଁ କେବଳ ବତକ ଅଣ୍ଡା ଆବଶ୍ୟକ । ତେଣୁ ଯଦି ଆପଣଙ୍କ ଠାରେ ଅର୍ଶ ସମସ୍ୟା ଅଛି ତେବେ ବତକ ଅଣ୍ଡା କୌଣସି ଫାର୍ମ ରୁ ସଂଗ୍ରହ କରନ୍ତୁ । ସାଧରଣତଃ ଲୋକେ କହନ୍ତି ଯେ ଅର୍ଶ ସମୟରେ ଅଣ୍ଡା ସେବନ ଠିକ ନୁହେଁ । କିନ୍ତୁ ଏହା ସତ ନୁହେଁ । ବାସ୍ତବରେ ଏହି ସମୟରେ ଅଣ୍ଡା ସେବନ କରିବା ସୁରକ୍ଷିତ ଅଟେ ।

ତେଣୁ ଏହି ଉପଚାରକୁ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ବତକ ଅଣ୍ଡା କୁ ପାଣିରେ ରଖି ସିଝାନ୍ତୁ । ଧ୍ୟାନ ରଖନ୍ତୁ ଅଣ୍ଡା ସିଝାଇବା ସମୟରେ ପାଣିରେ ଆଦୌ ଲୁଣ ପକାନ୍ତୁ ନାହିଁ । ପ୍ରାୟ ୨୫ ମିନିଟ ପର୍ଯ୍ୟନ୍ତ ଅଣ୍ଡାକୁ ଭଲ ଭାବରେ ସିଝାନ୍ତୁ । ସିଝିବା ପରେ ତାହାକୁ ଏକ ପାତ୍ରରେ ରଖି ଥଣ୍ଡା ପାଇଁ ଦେଇ ରାତି ସାରା ଛାଡ଼ି ଦିଅନ୍ତୁ । ସକାଳୁ ତାହାର ଖୋଳପା ଛଡ଼ାଇ ବ୍ରେକଫାଷ୍ଟ ସମୟରେ ଖାଆନ୍ତୁ । କିନ୍ତୁ ମନେ ରଖିବେ ଯେପରି ଅଣ୍ଡାକୁ ଲୁଣ ନଲଗାଇ ଖାଇବର ।

ତେବେ ଏପରି କଲେ ଧୀରେ ଧୀରେ ଆପଣଙ୍କର ଅର୍ଶ ସମସ୍ୟା ଦୂର ହୋଇଯିବ । ଅଣ୍ଡାରେ ସାଧରଣତଃ ଅଧିକ ମାତ୍ରାରେ ପ୍ରୋଟିନ ଥାଏ ଯାହାକି ଅର୍ଶ ଭଲ କରିବାରେ ଉପଯୋଗୀ ହୋଇଥାଏ । ତେଣୁ ଆପଣ ପ୍ରତିଦିନ ଖାଇଲେ ଆପଣଙ୍କର ଅର୍ଶ ସମସ୍ୟା ଧୀରେ ଧୀରେ ଭଲ ହୋଇଯିବ । ସାଧରଣତଃ ପ୍ରତିଦିନ ଅଣ୍ଡା ସେବନ ଦ୍ୱାରା ରକ୍ତାର୍ଶ ମଧ୍ୟ ଭଲ ହୋଇଯାଏ । ପ୍ରତିଦିନ ୨ ରୁ ୩ ଟି ଅଣ୍ଡା ବି ସେବନ କରିବା ଉତ୍ତମ ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button