IBN ଓଡ଼ିଶା ବ୍ୟୁରୋ

।ମାଛ ମାଂସ ଅଣ୍ଡା ଭକ୍ଷଣ ପାପ କିମ୍ବା ପୁଣ୍ୟ । ଜାଣିବା ନିତାନ୍ତ ଜରୁରୀ । ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣ କଣ କହୁଛନ୍ତି ।

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଶାକାହାରୀ ହୋଇଥିବା ବେଳେ ଆଉ କିଛି ମାଂସାହାରୀ ହୋଇଥାନ୍ତି । କିନ୍ତୁ କେଉଁଠି ଠିକ ଖାଦ୍ୟ ତାହା ସମସ୍ତଙ୍କୁ ସଠିକ ଭାବରେ ଜଣା ନଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ମାଳିକା ବଚନ ଅନୁଯାୟୀ କେଉଁ ଖାଦ୍ୟ ଠିକ ସେହି ବିଷୟରେ କହିବୁ । ହିନ୍ଦୁ ଧର୍ମର ପବିତ୍ର ଧର୍ମ ଗ୍ରନ୍ଥରେ ପଶୁ ହତ୍ୟାକୁ ଘୋର ପାପ ବୋଲି କୁହାଯାଇଛି ଏବଂ ମାଂସ ଖାଇବା ସମ୍ବନ୍ଧରେ ସ୍ପଷ୍ଟ ମନା କରାଯାଇଛି । ଗୀତା ଅନୁଯାୟୀ ମନୁଷ୍ୟ ନିଜ ଆତ୍ମା ସହିତ ଅନ୍ୟ ସମସ୍ତ ଆତ୍ମାକୁ ସମାନ ତୁଲ୍ୟ ମାନିବା ଉଚିତ । ମାଳିକା ବଚନ ଅନୁଯାୟୀ ଯେଉଁ ବ୍ୟକ୍ତି ମାଂସ ଭକ୍ଷଣ କରିଥାଏ ସେ ସବୁବେଳେ ରୋଗାକ୍ରାନ୍ତ ହୋଇଥାଏ ମାତ୍ର ଯେଉଁ ବ୍ୟକ୍ତି ନିରାମିଷ ଖାଇଥାଏ ତାର ଆୟୁଷ ଦୀର୍ଘ ହୋଇଥାଏ ।

ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ ଏକ କାହାଣୀ ଅନୁଯାୟୀ ଥରେ ଶ୍ରୀକୃଷ୍ଣ ଏକ ଗଛ ତଳେ ବସି ବଇଁଶୀ ବଜାଉଥିବା ସମୟରେ ଏକ ହରିଣ ଆସି ତାଙ୍କ ପଛରେ ଲୁଚିଯାଏ । ହରିଣଟି ଖୁବ ଭୟଭୀତ ଥିବା ଦେଖି ଶ୍ରୀକୃଷ୍ଣ ତାଙ୍କ କାରଣ ପଚାରନ୍ତି । ଠିକ ସେତିକି ବେଳେ ଏକ ଶିକାରୀ ଆସି ହରିଣକୁ ମାରିବାକୁ ଚେଷ୍ଟା କରିବାକୁ ଶ୍ରୀକୃଷ୍ଣ ବାରଣ କଲେ । ଯାହାର ଉତ୍ତରରେ ଶିକାରୀ କହେ ଯେ , ଯଦି ସେ ଶିକାର ନକରେ ତେବେ ତାର ସମ୍ପୂର୍ଣ୍ଣ ପରିବାର ଭୋକ ଉପାସରେ ରହିବେ । ଏହା ଶୁଣି ଶ୍ରୀକୃଷ୍ଣ ମନେ ମନେ ଚିନ୍ତା କରନ୍ତି ଯେ ମାଂସ ଭକ୍ଷଣ କରି ଏହି ଶିକାରୀର ଚିନ୍ତା କରିବାର କ୍ଷମତା ମଧ୍ୟ ଶେଷ ହୋଇ ଯାଇଛି । ଏହାପରେ ଶ୍ରୀକୃଷ୍ଣ ଶିକାରୀକୁ ଏକ କାହାଣୀ କହନ୍ତି । ଆଉ ଯାହାକୁ ଶୁଣିବା ପରେ ଯଦି ଶିକରୀ ପଶୁ ହତ୍ୟା ଏବଂ ମାଂସ ଭକ୍ଷଣକୁ ଉଚିତ ମନେକରେ ତେବେ ତାର ଇଚ୍ଛା ବୋଲି କହିଲେ ।

ଏହାପରେ ଶିକାରୀ ମଧ୍ୟ ଶ୍ରୀକୃଷ୍ଣଙ୍କ କାହାଣୀ ଶୁଣିବାରେ ଲାଗେ । ତେବେ ଶ୍ରୀକୃଷ୍ଣ କହନ୍ତି ଯେ ଥରେ ମଗଧରେ ଦୁର୍ଭିକ୍ଷ କାରଣରୁ ଅନ୍ନ ଅଭାବ ଦେଖା ଦେଲା । ଯେଉଁ କାରଣରୁ ରାଜା ଚିନ୍ତିତ ହୋଇ ଏକ ସଭା ଡାକିଲେ ଏବଂ ନିଜର ମନ୍ତ୍ରୀ ପରିଷଦ ଏବଂ ଜ୍ଞାନୀ ଗୁଣିଙ୍କୁ ଏହି ସମସ୍ୟାର ସମାଧାନ ଦେବାକୁ କହିଲେ । ଏଥିରେ ଜଣେ ମନ୍ତ୍ରୀ ପ୍ରଥମେ ଛିଡ଼ା ହୋଇ କହଲେ ଯେ ଅନ୍ନ ଉପାର୍ଜନ ପାଇଁ ଖୁବ ଅଧିକ ସମୟ ଲାଗିବ । କିନ୍ତୁ ମାଂସ ଖୁବ ସହଜରେ ବିନା ମୂଲ୍ୟରେ ଏବଂ ଖୁବଶୀଘ୍ର ମିଳିଯିବ । ଏହାକୁ ସମସ୍ତେ ସହମତ ହେଉଥିଲେ ହେଁ ପ୍ରଧାନମନ୍ତ୍ରୀ ଏହାକୁ ସମ୍ମତି ଦେଲେ ନାହିଁ । ଯେଉଁ କାରଣରୁ ରାଜା ମଧ୍ୟ ତାଙ୍କୁ ପଚାରିଲେ । ଏଥିରେ ପ୍ରଧାନମନ୍ତ୍ରୀ କହନ୍ତି ଯେ ଏହା କହିବା ଭୁଲ ଯେ ମାଂସ ଖୁବ ଶସ୍ତା ବୋଲି । ଏହାର କାରଣ ରାଜା ପଚାରିବା ପୂର୍ବରୁ ହିଁ ସବୁ ମନ୍ତ୍ରୀ ନିଜର ମତ ଦେଇ ସେଠାରୁ ଚାଲିଗଲେ ।

ମାଂସ ସମ୍ବନ୍ଧରେ ପରାମର୍ଶ ଦେଇଥିବା ମନ୍ତ୍ରୀଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ସେହିଦିନ ରାତିରେ ଯାଇ କହିଲେ ଯେ ରାଜାଙ୍କ ସ୍ୱାସ୍ଥ୍ୟ ଖରାଲ ତେଣୁ ତାଙ୍କର ପ୍ରିୟ ମନ୍ତ୍ରୀଙ୍କ ଶରୀରରୁ ତିନି କିଲୋ ମାଂସ ଯଦି ସେ ଖାଆନ୍ତି ତେବେ ସେ ସୁସ୍ଥ ହୋଇଯିବେ । ଏହାର ପ୍ରତି ବଦଳରେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ବୋଲି କହଲେ । ଏହାଶୁଣି ମନ୍ତ୍ରୀ କହନ୍ତି ଯଦି ଜୀବନ ରହିବ ନାହିଁ ତେବେ ପଦବୀ କଣ ହେବ ଏବଂ ସେ ନିଜ ପାଖରେ ଥିବା ସବୁ ଧନ ରତ୍ନ ପ୍ରଧାନମନ୍ତ୍ରୀଙ୍କୁ ଦେଇ ଅନ୍ୟତ୍ର ଯାଇ ସନ୍ଧାନ କରିବାକୁ କହନ୍ତି । ଏମିତି ସବୁ ମନ୍ତ୍ରୀ ମନା କରିବା ସହିତ ସବୁ ଧନ ରତ୍ନ ପ୍ରଧାନମନ୍ତ୍ରୀଙ୍କୁ ଦିଅନ୍ତି । ଆଗାମୀ ଦିନ ସଭାରେ ରାଜାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବୁଝିବା ପାଇଁ ସବୁ ମନ୍ତ୍ରୀ ଉପସ୍ଥିତ ହେବା ସହିତ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କାର ଧନ ରତ୍ନ ବାକ୍ସକୁ ନେଇ ରାଜାଙ୍କ ସମ୍ମୁଖରେ ରଖି ଦିଅନ୍ତି।

ରାଜାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି । ରାଜା ଏତେ ଧନ ରତ୍ନ କେଉଁଠୁ ଆସିଲା ବୋଲି ପଚାରିବା ପରେ ପ୍ରଧାନମନ୍ତ୍ରୀ କହନ୍ତି ଯେ , ଏତେ ଧନ ରତ୍ନ ବଦଳରେ ଏକ କେଜି ମାଂସ ମଧ୍ୟ ଆସିଲା ନାହିଁ । ତେବେ ଆପଣ କିପରି କହି ପାରିବେ ଯେ ମାଂସ ଶସ୍ତା ବୋଲି । ଏହାପରେ ରାଜା ବୁଝିପାରିଲେ ଏବଂ ନିଜର ସବୁ ପ୍ରଜାଙ୍କୁ ଖୁବ ପରିଶ୍ରମ କରିବା ସହିତ ସେହି ଏକ କୋଟିର ଟଙ୍କାକୁ ମଧ୍ୟ ଫସଲରେ ଖର୍ଚ୍ଚ କରାଗଲା । ଫସଲ ଭଲ ହେବା ସହିତ ଖାଦ୍ୟ ସଙ୍କଟ ମଧ୍ୟ ଦୂର ହେଲା । ଏହି କାହାଣୀ ଶୁଣିବା ପରେ ଶିକାରୀଟି ବୁଝି ଗଲା ଯେ ମହାନତା ଜୀବନ ନେବାରେ ନୁହେଁ ବରଂ ଜୀବନ ଦେବାରେ ରହିଥାଏ । ସେ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗି ଜୀବନରେ ଆଉ କେବେ ଜୀବ ହତ୍ୟା କରିବ ନାହିଁ ବୋଲି ପ୍ରତିଜ୍ଞା କଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button