ବଲିଉଡ୍ ଷ୍ଟାର୍ ମଲାଇକା ଆରୋରଙ୍କ ବାପା କାହିଁକି ଜୀବନ ହାରିଲେ ? ତାକୁ ନେଇ ସସପେନ୍ସ ଜାରି

ବଲିଉଡ୍ ଷ୍ଟାର୍ ମଲାଇକା ଆରୋରଙ୍କ ବାପା କାହିଁକି ଜୀବନ ହାରିଲେ ? କଣ ପାଇଁ ଅଚାନକ ୬ ମହଲା ଛାତରୁ ଡେଇଁ ପଡ଼ିଲେ ? ତାକୁ ନେଇ ସସପେନ୍ସ ଜାରି ରହିଛି । ଦୁଇ ଝିଅ ମଲାଇକା ଏବଂ ଅମ୍ରିତାଙ୍କୁ ସେ ଘଟଣାର କିଛି ସମୟ ପୂର୍ବରୁ ଫୋନ୍ କରିଥିଲେ । ଖାଲି ଏତିକି କହିଥିଲେ କି ‘ମୁଁ କ୍ଳାନ୍ତ ହୋଇ ପଡ଼ିଛି’ । ଆଇ ଆମ୍ ଟାୟାର୍ଡ଼ ।
ବାସ୍ ଏହା ପରେ ଘଟିଛି ଅଘଟଣ । ଯଦିଓ ଝିଅ ଦୁଇ ଜଣ ଏକଥା ସେମାନଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ତେବେ ତାଙ୍କ ପାରିବାରିକ ଘଟଣାକୁ ଗଣମାଧ୍ୟମ ଅନ୍ୟ କିଛି ମୋଡ଼ ନଦେଉ କି ବେଶି ତର୍ଜମା ନକରୁ ବୋଲି ସେମାନେ ଅନୁରୋଧ ବି କରିଛନ୍ତି ।
ତେବେ ଯେତେବେଳେ ବଲିଉଡ୍ ସେଲିବ୍ରିଟିଙ୍କ କଥା ଉଠେ ସେଠି ମିଡିଆ କେମିତି ବା ଚୁପ୍ ରହିବ । ତେଣୁ ଅନେକ କଥା ଚର୍ଚ୍ଚା ହେଉଛି ମଲାଇକାଙ୍କ ବାପା ଅନୀଲ ମେହଟ୍ଟାଙ୍କ ମୃତ୍ୟୁକୁ ନେଇ । ଗତ ବୁଧବାର ଦିନ ମୁମ୍ବାଇ ବାନ୍ଦ୍ରାରେ ଥିବା ଅୟେଶା ମ୍ୟାନର ବିଲଡିଂର ଷଷ୍ଠ ମହଲାରେ ରହୁଥିଲେ । ସେହିଠାରେ ଏହି ଘଟଣା ଘଟିଛି । ମଲାଇକା ଓ ଅମ୍ରିତାଙ୍କ ମା ଜଏସ୍ ପଲିକ୍ରାପ୍ ପୋଲିସକୁ କହିଛନ୍ତି ଯେ ସକାଳ ୯ଟା ବେଳେ ସେ ଦେଖିଲେ ଘରେ ତାଙ୍କ ସ୍ୱାମୀ ନାହାନ୍ତି । ଯେତେବେଳେ ସେ ଖୋଜାଖୋଜି କରି ବାଲକୋନୀକୁ ଗଲେ ଦେଖିଲେ ସେଠଇ ବି ନାହାନ୍ତି ।
ତା ପରେ ବାଲକୋନୀରୁ ତଳକୁ ଚାହିଁଲେ । ସେତେବେଳେ ଜାଣିଲେ ତଳେ କିଛି ଗୋଟାଏ ଘଟିଛି । ସିକ୍ୟୁରିଟି ଗାର୍ଡ଼ ସାହାଯ୍ୟ ପାଇଁ ଚିତ୍କାର କରୁଥିଲା । ତେବେ ଅତୀତର କଥା ହେଉଛି କି ମଲାଇକାଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା ସେତେବେଳେ ସେମାନଙ୍କ ବାପା ମାଆଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା । ମଲାଇକା ଓ ଓ ସାନ ଭଉଣୀ ଅମ୍ରିତା ମାଆ ସହିତ ରହୁଥିଲେ ।
ତେବେ ଗତ କିଛି ବର୍ଷ ହେଲା ପୁଣି ସ୍ୱାମୀ ସ୍ତ୍ରୀ ଏକାଠି ରହୁଥିଲେ । ମଲାଇକାଙ୍କ ଅନୁସାରେ ତାଙ୍କ ବାପା ବହୁତ ଭଲ ଲୋକ ଥିଲେ । ତେବେ ସେ ଏମିତି କାହିଁକି ଅଚାନକ ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି । ତେବେ ଯାହା ସୂଚନା ମିଳିଛି ମୃତ ଅନୀଲ ମେହେଟା ମଲାଇକା ଓ ଅମ୍ରିତାଙ୍କ ସାବତ ବାପା । ସେମାନଙ୍କ ପ୍ରକୃତ ବାପା ହେଉଛନ୍ତି ଅନୀଲ ଆରୋରା । ସେଥିପାଇଁ ତାଙ୍କ ଟାଟଟଲକୁ ନେଇ ଅନେକ ପ୍ରକାର ଆଲୋଚନା ହୋଇଥାଏ ।




