ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀର AIIMSକୁ ଦାନ, ଜାଣନ୍ତୁ ଡୋନେଟ୍ ପରେ କେବେ ହୁଏ ଫେରସ୍ତ
ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ଗୁରୁବାର ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ୟେଚୁରୀଙ୍କୁ ୭୨ ବର୍ଷ ବୟସ ହୋଇଥିଲା ଏବଂ ସେ ଲମ୍ବା ସମୟ ଧରି ଅସୁସ୍ଥ ଥିଲେ । ତାଙ୍କର ଦେହାନ୍ତ ପରେ ପରିବାର ଲୋକେ ତାଙ୍କ ପାର୍ଥିବ ଶରୀରକୁ AIIMSକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ୟେଚୁରୀଙ୍କ ଅନ୍ତିମ ସଂସ୍କାର କରାଯିବ ନାହିଁ ।
ତାଙ୍କ ମରଶରୀରକୁ ଗବେଷଣା କିମ୍ବା ଶିକ୍ଷା କାମରେ ବ୍ୟବହାର କରାଯିବ । ୟେଚୁରୀଙ୍କ ପରିବାର ପକ୍ଷରୁ ମରଶରୀର ଦାନ କରାଯିବା ପରେ ବର୍ତ୍ତମାନ ଶରୀର ଦାନକୁ ନେଇ ଚର୍ଚ୍ଚା ହେଉଛି ।
ଆମ ଦେଶରେ ଶରୀର ଦାନର ମୁଖ୍ୟତଃ ଦୁଇଟି ନିୟମ ରହିଛି । ପ୍ରଥମତଃ, ବ୍ୟକ୍ତି ନିଜେ ଜୀବିତ ଥିବା ଅବସ୍ଥାରେ ନିଜ ଶରୀରର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥାଏ । ଦ୍ୱିତୀୟରେ, ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ସହମତି ଭିତ୍ତିରେ ଶରୀର ଦାନ କରିବାକୁ ନିଷ୍ପତ୍ତି ନିଅନ୍ତି ।
ବଡି ଡୋନେସନ ପରେ ପାର୍ଥିବ ଶରୀରକୁ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଅଧିକାଂଶ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମଣିଷର ଅଙ୍ଗପ୍ରତ୍ୟେଙ୍ଗ ବିଷୟରେ ସୂଚନା ଦିଆଯାଇଥାଏ । କିଛି ସମୟ କିମ୍ବା କିଛି ମାସ ପରେ ମୃତ ଶରୀର ଖରାପ ହେବାକୁ ଲାଗିଲେ ପରିବାରର ସହମତିରେ ଫେରାଇ ଦିଆଯାଏ ।
ଏପରିକି, ଅନେକ ବାର ମୃତ ଶରୀର ବ୍ୟବହାର କରୁଥିବା ସଂସ୍ଥାନ ମଧ୍ୟ ଶେଷରେ ଏହାକୁ ଦାହ କରିଦିଅନ୍ତି । ସେହି ସମୟରେ ଯଦି ପରିବାର ଚାହାଁନ୍ତି, ତେବେ ଅସ୍ଥି ସେମାନଙ୍କୁ ଉପଲବ୍ଧ କରାଯାଇଥାଏ ।