IBN ଓଡ଼ିଶା ବ୍ୟୁରୋ

ଆତଙ୍କବାଦୀଙ୍କୁ ଭୁଲବଶତଃ ଶ୍ରଦ୍ଧାଞ୍ଜଳି ଜଣାଇଲା ଆମେରିକା ସିକ୍ରେଟ ସର୍ଭିସ, ପରେ କ୍ଷମା ମାଗିଲା

ମାଜ ଡିଜିଟାଲ ଡେସ୍କ: ଆମେରିକା ସିକ୍ରେଟ ସର୍ଭିସ ଭୁଲବଶତଃ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ୨୦୦୧ ସେପ୍ଟେମ୍ବର ୧୧ରେ ଅଲକାଏଦା ଆତଙ୍କବାଦୀ ସଂଗଠନ ନ୍ୟୁୟର୍କସ୍ଥିତ ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲୁଟିସି)ରେ ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ। ସେଥିରେ ସିକ୍ରେଟ ସର୍ଭିସର କିଛି ଅଧିକାରୀ ବି ସାମିଲ ଥିଲେ।

ଗତ ୧୧ ତାରିଖରେ ଏହି ଘଟଣାର ୨୩ ବର୍ଷ ପୂର୍ତ୍ତି ଅବସରରେ ମୃତକଙ୍କୁ ଆମେରିକାର ସିକ୍ରେଟ ସର୍ଭିସ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। କିନ୍ତୁ ସଂସ୍ଥା ପକ୍ଷରୁ ପ୍ରାଣ ହରାଇଥିବା ନାଗରିକ ଏବଂ ନିଜ ଅଧିକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ବଦଳରେ ଭୁଲବଶତଃ ଘଟଣାରେ ସମ୍ପୃକ୍ତ ଥିବା ୧୯ ଜଣ ଆତଙ୍କବାଦୀଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ତେବେ ଏହା ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରୁ ଏ ସମ୍ପର୍କିତ ପୋଷ୍ଟକୁ କାଟି ଦିଆଯାଇଛି। ଏହା ସହିତ କେଉଁ ପରିସ୍ଥିତିରେ ଏଭଳି ତ୍ରୁଟି ଘଟିଲା ତାହାର କାରଣଦର୍ଶାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ସଂସ୍ଥା ପକ୍ଷରୁ ଏଭଳି ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button