IBN ଓଡ଼ିଶା ବ୍ୟୁରୋ

ଇଲେକ୍ଟ୍ରିକ କାରର ବିକ୍ରି ବଢାଇବା ପାଇଁ କମ୍ପାନୀମାନେ ଆଣୁଛନ୍ତି ନୂଆ ଉପାୟ

ନୂଆଦିଲ୍ଲୀ : ଭାରତୀୟ ଅଟୋ ବଜାରରେ କାର୍ କମ୍ପାନୀମାନେ ଇଲେକ୍ଟ୍ରିକ୍ ମଡେଲ ପାଇଁ ବଡ ବଜାରର ସନ୍ଧାନ କରୁଛନ୍ତି । ସମସ୍ତେ ନିଜ ପୋର୍ଟଫୋଲିଓକୁ ବଡ କରିବାକୁ ଚାହୁଁଛନ୍ତି । ଅନ୍ୟପଟେ ଉତ୍ତମ ଚାର୍ଜିଂ ଇନଫ୍ରାଷ୍ଟ୍ରକ୍ଚର ଦେଇ ନିଜ ସ୍ଥିତିକୁ ଅଧିକ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ଷେତ୍ରରେ ଏବେ ଟାଟା ମୋଟର୍ସ ନାଁ ସାମିଲ ହୋଇଯାଇଛି ।

କମ୍ପାନୀ ମାଗଣା ଚାର୍ଜିଂ ଅଫର କରି ଗ୍ରାହକଙ୍କୁ ଆକର୍ଷିତ କରୁଛି । ଏମଜି ମୋଟର୍ସ ମଧ୍ୟ ଓ୍ବିଣ୍ଡସର ଇଭି ସହିତ ରେଣ୍ଟାଲ ବ୍ୟାଟେରୀ ସହିତ ନୂଆ ସ୍କିମ୍ ଆରମ୍ଭ କରିଛି ।

ଗତ କିଛି ବର୍ଷରେ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର ବଢିଛି । ଏବେ ଭାରତରେ ୪.୨ ମିଲିୟନ୍ କାର ବାର୍ଷିକ ବିକ୍ରିରେ ଇଭିର ଯୋଗଦାନ ୨ ପ୍ରତିଶତ ରହିଛି । ବିକ୍ରି ପ୍ରଭାବିତ ହେବା ପରେ କମ୍ପାନୀମାନେ ଇଭି ଚାର୍ଜିଂକୁ ଅଧିକ ସରଳ ଏବଂ ମାଗଣା କରିବାକୁ ଯୋଜନା କରୁଛନ୍ତି । ଏମଜି ମୋଟର ନୂଆ ଇଭିକୁ ବ୍ୟାଟେରୀ ସେବା ସହିତ ବଜାରକୁ ଆଣିଛି । ଏହା ସମ୍ପୂର୍ଣ୍ଣ ରୂପେ ନୂଆ ସୁବିଧା ଯାହାଦ୍ବାରା ଗ୍ରାହକ ଲାଭାନ୍ବିତ ହୋଇପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button