IBN ଓଡ଼ିଶା ବ୍ୟୁରୋ

ଆଇଫୋନ୍‌ ୧୬ର ଅଗ୍ରୀମ ବୁକିଂ ଆଜିଠୁ: ୫୦୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍‌ ସହ ମିଳୁଛି ଅନେକ ଅଫର

ସମାଜ ଡିଜିଟାଲ ଡେସ୍କ: ଆପଲ୍‌ର ଆଇଫୋନ୍‌ ୧୬ ସିରିଜ୍ ଅଗ୍ରୀମ ବୁକିଂ ସେପ୍ଟେମ୍ବର ୧୩ ଆର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ସନ୍ଧ୍ୟା ୫ଟା ୩୦ରୁ ବୁକିଂ ଆରମ୍ଭ ହେବ। ଏହି ସେଲ୍‌ରେ ଆପଲ୍‌ ପକ୍ଷରୁ ୫ ହଜାର ଟଙ୍କା କ୍ୟାଶ୍‌ବ୍ୟାକ୍‌ ଦିଆଯାଉଛି। ଏଥିସହ ନୋ କଷ୍ଟ ଇଏମଆଇର ଲାଭ ଉଠାଇ ପାରିବେ। ଫୋନର ପ୍ରି-ବୁକିଂ ଉପରେ କୌଣସି ଦେୟ ନିଆଯାଉନାହିଁ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆପଲ୍ ପ୍ରୋ ମଡେଲର ମୂଲ୍ୟ ହ୍ରାସ କରିଛି। iPhone 16 Proର ୧୨୮ ଜିବି ଷ୍ଟୋରେଜ୍ ଫୋନ୍‌ର ପ୍ରାରମ୍ଭିକ ମୂଲ୍ୟ ୧,୧୯,୯୦୦ ଟଙ୍କା ରହିଛି। ସେହିପରି iPhone 16 Pro Maxର ୨୫୬ ଜିବି ଫୋନ୍‌ର ଦାମ୍‌ ୧,୪୪,୯୦୦ ଟଙ୍କା ରହିଛି। ଅପରପକ୍ଷେ iPhone 16 ଏବଂ iPhone 16 Plusର ଦାମ୍‌ ପୂର୍ବ ଭଳି ରହିଛି। ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। iPhone 16ର ପ୍ରାରମ୍ଭିକ ମୂଲ୍ୟ ୭୯,୯୦୦ ଟଙ୍କା ରହିଥିବାବେଳେ iPhone 16 Plusର ଦାମ୍ ୮୯,୯୦୦ ଟଙ୍କା ରହିଛି।

ଡିଲ୍, ରିହାତି ଏବଂ ଅଫର:

ଆପଲ୍‌ ଓ ଏଚଡିଏଫସି ବ୍ୟାଙ୍କ ସହଭାଗିତାରେ କ୍ୟାଶ୍‌ବ୍ୟାକ୍ ଅଫର୍ ଦିଆଯାଉଛି। ଗ୍ରାହକମାନେ ଆଇଫୋନ୍ ୧୬ କ୍ରୟ ଉପରେ ୫୦୦୦ ଟଙ୍କା ତୁରନ୍ତ କ୍ୟାଶ୍‌ବ୍ୟାକ୍ ପାଇପାରିବେ। ଏଥିସହ ନୋ କଷ୍ଟ ଇଏମଆଇ ଅଫର ଦିଆଯାଉଛି। ଏହା ବ୍ୟତୀତ ୬୭, ୫୦୦ ଟଙ୍କାର ସର୍ବାଧିକ ଏକ୍ସଚେଞ୍ଜ ଅଫର ଦିଆଯାଉଛି। ଆପଲ୍ ପକ୍ଷରୁ ନୂଆ ଗ୍ରାହକଙ୍କୁ ତିନିମାସ ପାଇଁ ମାଗଣା ଆପଲ୍ ମ୍ୟୁଜିକ୍, ଆପଲ୍ ଟିଭି ପ୍ଲସ୍ ଦିଆଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button