IBN ଓଡ଼ିଶା ବ୍ୟୁରୋ

କିଟ୍ ବିଶ୍ବବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ, ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍

କିଟ୍ ବିଶ୍ବବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ । ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଗଲା । ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ଆଉ ଏଆଇଜି ଡ. ଡି. ନାଗେଶ୍ବର ରେଡ୍ଡୀଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଓଡ଼ିଶା ଆଥଲେଟିକ୍‍ ସଂଘ ଓ ଓଡ଼ିଶା ଫୁଟବଲ୍‍ ସଙ୍ଘର ସମ୍ପାଦକ ଆଶୀର୍ବାଦ ବେହେରା, କେପିଆଟି ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା କିଶୋର ପାଟିଲ୍‍ ଓ ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ ଡ.

ଚନ୍ଦ୍ରଭାନୁ ଶତପଥୀଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି ।

ସେହିପରି ୪ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଉଛି। ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ୟୁକ୍ରେନ୍‍ର ନୋବେଲ୍‍ ବିଜେତା ଓଲେକ୍‍ସାଣ୍ଡ୍ରା ମାତ୍‍ଭିଚକ୍‍ ଭର୍ଚୁଆଲ୍‍ରେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି । କିଟ୍ ଓଡ଼ିଶା ସହିତ ବିଶ୍ବରେ ଅବିଶ୍ବସନୀୟ ସଫଳତା ପାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ରାଜ୍ୟପାଳ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button