IBN ଓଡ଼ିଶା ବ୍ୟୁରୋ

ଲାଡେନର ପୁଅ ହମ୍‌ଜା ଜୀବିତ, ଆଫଗାନିସ୍ତାନରେ ନେଉଛି ଅଲ୍‌କାଏଦାର ନେତୃତ୍ବ

କାବୁଲ: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନର ପୁଅ ହମ୍‌ଜା ବିନ୍‌ ଲାଡେନ ଆମେରିକା ଆକ୍ରମଣରେ ପ୍ରାଣ ହରାଇ ନାହିଁ। ସେ ଏବେ ବି ଜୀବିତ ଅଛି। ଏହି ଆତଙ୍କବାଦୀ ଉତ୍ତର ଆଫଗାନିସ୍ତାନରେ ଲୁଚି ରହିଛି। ଏଠାରେ ରହି ଆତଙ୍କବାଦୀ ସଂଗଠନ ଅଲ୍‌କାଏଦାର ନେତୃତ୍ବ ନେଉଛି। ଆଗାମୀ ରଣନୀତି ପ୍ରସ୍ତୁତ କରୁଛି। ହମ୍‌ଜାକୁ ଏଥିରେ ତା ଭାଇ ଅବଦୁଲ୍ଲା ବିନ୍‌ ଲାଡେନ ସହଯୋଗ କରୁଛି।

ସେ ବିସ୍ଫୋରକ ପ୍ରସ୍ତୁତ କରିବାରେ ପାରଙ୍ଗମ। ଏକ ଗୁଇନ୍ଦା ରିପୋର୍ଟରୁ ଏହି ବିସ୍ଫୋରକ ସୂଚନା ମିଳିଛି। ତାଲିବାନ ବିରୋଧୀ ନ୍ୟାସନାଲ ମୋବିଲାଇଜେସନ ଫ୍ରଣ୍ଟ (ଏନ୍‌ଏମ୍‌ଏଫ୍‌) ରିପୋର୍ଟରେ ମଧ୍ୟ ହମଜା ଏବଂ ତାର ସହଯୋଗୀଙ୍କ ଯୋଜନା ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁଯାୟୀ ତାଲିବାନ ଶାସନ ପରେ ଆଫଗାନ ଆତଙ୍କବାଦୀ କାର୍ଯ୍ୟକଳାପର ଗଡ଼ ପାଲଟି ଯିବ ବୋଲି ଆଶଙ୍କା କରାଯାଉଥିଲା।

ଏବେ ତାହା ସତ୍ୟ ପ୍ରମାଣିତ ହେବାରେ ଲାଗିଛି। ଆଫଗାନରେ ହମ୍‌ଜା କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି। ତାକୁ ପାକିସ୍ତାନ ଏବଂ ଆରବ ରାଷ୍ଟ୍ରର ୪୫୦ ସ୍ନାଇପର ସୁରକ୍ଷା ଦେଉଛନ୍ତି। ୨୪ ଘଣ୍ଟା ତୀକ୍ଷଣ ନଜର ରଖୁଛନ୍ତି। ହମ୍‌ଜାର ନେତୃତ୍ବରେ ଅଲ୍‌କାଏଦା ପୁଣି ଶକ୍ତି ଜୁଟାଉଛି। ପାଶ୍ଚାତ୍ୟ ଦେଶରେ ଆକ୍ରମଣ ପାଇଁ ଯୋଜନା କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button