ଅର୍ଶ (Piles) କାହିଁକି ହୁଏ ଓ ଅର୍ଶ କଣ କରିବେ ?
ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଖରାପ ଜୀଵନ ଶୈଳୀ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅର୍ଶ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଅର୍ଶ ହେବାର ଅନେକ ଗୁଡ଼ିଏ କାରଣ ରହିଛି । କିନ୍ତୁ ଏହାର ପ୍ରମୁଖ କାରଣ ହେଉଛି ଗ୍ୟାସ ରେ ପୀଡ଼ିତ ହେବା, ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ସକାଳୁ ଠିକ ଭାବରେ ପେଟ ଖାଲି ନହେବା ଦ୍ଵାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ ।
ଯେଉଁ ବ୍ୟକ୍ତି ମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖା ଯାଇଥାଏ । ତେବେ ଅଧିକ ମୋଟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଏହି ରୋଗ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ ।
କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହା ବହୁ ପୁରାତନ ଏବଂ ପରୀକ୍ଷିତ । ଏହି ଘରୋଇ ଉପଚାର କୁ ପ୍ରାୟୋଗ କରିବା ଦ୍ୱାରା ମାତ୍ର କିଛି ଦିନ ମଧ୍ୟରେ ଆପଣ ଅର୍ଶ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ । ତେବେ ଡାକ୍ତର ବିଶ୍ୱଜିତ ମହାପାତ୍ର ଆମକୁ ଏହି ଅର୍ଶ ରୋଗ ପାଇଁ ଅନେକ କିଛି ଉପଦେଶ ଦେଇଛନ୍ତି ଏବଂ ଏହା ସହ ଏହି ରୋଗ କୁ କିପରି ନିୟନ୍ତ୍ରଣ କରିବା ସେ ବିଷୟରେ ମଧ୍ୟ ସେ କହିଛନ୍ତି ।
ତେବେ ତାଙ୍କ ଅନୁସାରେ ଆମେ ଏକ ସୁସ୍ଥ ଜୀଵନ ଶୈଳୀ ବିତାଇବା ଦ୍ୱାରା ଏହି ରୋଗ କୁ ନିୟନ୍ତ୍ରଣ ରେ ରଖି ପାରିବା ତେବେ ଏହାର କୌଣସି ଔଷଧ ନାହିଁ ଏହା ପାଇଁ ଅପରେସନ ର ଆବଶ୍ୟକତା ରହିଛି । ତେବେ ଦୁଇ ପ୍ରକାର ଶୈଳୀ ରେ ଏହି ଅର୍ଶ କୁ ବାହାର କରା ଯାଇଥାଏ । ପ୍ରଥମରେ ଡ଼ାଇରେକ୍ଟ କାଟି ଦେଇ ଏବଂ ଦ୍ଵିତୀୟ ଲେଜର ର ସାହାର୍ୟ୍ଯ ନେଇ ଏହି ଚେର କୁ କାଢି ଦିଆ ଯାଇଥାଏ ।
ତେବେ କିଛି ଲୋକ ଅପରେସନ କରିବା ପାଇଁ ଭୟ ମଧ୍ୟ କରିଥାନ୍ତି ତେବେ ଯେତେବେଳେ ଆପଣଙ୍କ ଝାଡା ରେ ବହୁତ ବ୍ଲଡ଼ ପଡିବ ସେତେବେଳେ ଆପଣଙ୍କ ଶରୀରର ରେ ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ ଯାହା କି ଭଲ ଲକ୍ଷଣ ନୁହେଁ । ତେଣୁ ଏହି ଅର୍ଶ କୁ ନିୟନ୍ତ୍ରଣ ରେ ରଖିବା ନିହାତି ଆବଶ୍ୟକ ଅଟେ । ସେଥିପାଇଁ ଆପଣ ଙ୍କୁ ନିଜ ଖାଦ୍ୟପେୟ ର ବହୁତ ଯତ୍ନ ନେବାକୁ ପଡିବ । ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ ହୋଇଥାଏ ।
ଏହା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହୋଇଯାଇଥାଏ ଏବଂ ଆପଣଂକୁ କୌଣସି ଅସୁବିଧା ମଧ୍ୟ ହେବ ନାହିଁ । ତେବେ ଏହା ସହ ଆପଣ ମସଲା ଯୁକ୍ତ ଖାଦ୍ୟ,ଫାଷ୍ଟ ଫୁଡ଼, ଆମିଷ, ଏହି ଭଳି ଖାଦ୍ୟ ଖାଇବା ଉଚିତ ନୁହେଁ ଏହା ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ୱାରା ଆମେ ଅର୍ଶ କୁ ନିୟନ୍ତ୍ରଣ ରେ ରଖି ପାରିବ ଏବଂ ଏହା ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଯୋଗ ବ୍ୟାୟାମ ମଧ୍ୟ କରନ୍ତୁ ଏହା ଦ୍ୱାରା ମଧ୍ୟ ଶରୀରର ରେ ସକରାତ୍ମକ ଉର୍ଜା ଆସିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ