ଦେଶ

ଫିଫା ମହିଳା ବିଶ୍ୱକପ୍‌: ସେମିରେ ସ୍ପେନ୍ ଓ ସ୍ୱିଡେନ୍‌ – Ibnodisha

[ad_1]

ୱେଲିଂଟନ: ଫିଫା ମହିଳା ବିଶ୍ୱକପ୍ ୨୦୨୩ରେ ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ସ୍ପେନ୍ ପୂର୍ବ ସିଜନ୍‌ର ରନର୍ସଅପ୍ ନେଦରଲାଣ୍ଡ୍‌କୁ ଅତିରିକ୍ତ ସମୟରେ ୨-୧ ଗୋଲ୍‌ରେ ପରାଜିତ କରିଛନ୍ତି । ଏହା ସହିତ ସ୍ପେନ୍ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେହିପରି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍‌ରେ ସ୍ୱିଡେନ୍ ୨-୧ ଗୋଲ୍‌ରେ ଜାପାନକୁ ହରାଇଛି । ୱେଲିଂଟନ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ମାରିଆନୋ କାଲ୍‌ଡେଣ୍ଟି ୮୧ତମ ମିନିଟ୍‌ରେ ପେନାଲ୍ଟିରୁ ଗୋଲ୍ କରିଥିଲେ ।

ଠିକ୍ ୧୦ ମିନିଟ୍ ପରେ ଡିଫେଣ୍ଡର୍ ଷ୍ଟେଫନୀ ଭାନ୍ ଡର ଗ୍ରେଗଟ୍ (୯୦+୧ ମିନିଟ୍‌) ଗୋଲ୍ କରି ସ୍ଥିତି ୧-୧କୁ ଆଣିଥିଲେ । ମ୍ୟାଚ୍ ପେନାଲ୍ଟି ଶୁଟ୍‌ଆଉଟ୍ ଆଡ଼କୁ ଯାଉଥିବା ବେଳେ ୧୯ ବର୍ଷୀୟା ବଦଳ ଖେଳାଳି ସଲ୍‌ମା ନାରାଲୁଏଲୋ ଅତିରିକ୍ତ ସମୟରେ (୧୧୧ତମ ମିନିଟ୍‌) ଚମତ୍କାର ଗୋଲ୍ କରି ପ୍ରଥମ ଥର ପାଇଁ ସ୍ପେନ୍‌କୁ ସେମିଫାଇନାଲ୍‌ରେ ପହଞ୍ଚାଇଥିଲେ । ସେମିଫାଇନାଲ୍‌ରେ ସ୍ପେନ୍‌ର ମୁକାବିଲା ସ୍ୱିଡେନ୍ ସହ ହେବ ।

ଅକ୍‌ଲାଣ୍ଡର ଇଡେନ୍ ପାର୍କ ଷ୍ଟାଡିୟମ୍‌ରେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା । ବିଶ୍ୱର ନମ୍ବର ୩ ଖେଳାଳି ପ୍ରଥମରୁ ଆଟାକିଂ ଖେଳ ଦେଖାଇଥିଲା । ୩୨ତମ ମିନିଟ୍‌ରେ ଆମାଣ୍ଡା ଲେଷ୍ଟେଡ୍ ଗୋଲ୍ କରି ସ୍ୱିଡେନ୍ ଅଗ୍ରଣୀ କରିଥିଲେ । ଦ୍ୱିତୀୟ ହାଫ୍‌ରେ ମଧ୍ୟ ସ୍ୱିଡେନ୍ ଆଟାକ୍ ଜାରି ରଖିଥିଲା, ଯାହା ଫଳରେ ୫୧ତମ ମିନିଟ୍‌ରେ ଟିମ୍‌କୁ ପେନାଲ୍ଟି ମିଳିଥିଲା । ଫିଲିପା ଆଞ୍ଜେଲ୍‌ଡାଲ୍ ପେନାଲ୍ଟିକୁ ଗୋଲ୍ କରିବା ସହିତ ସ୍ୱିଡେନ୍ ୨-୦ରେ ଆଗୁଆ ହୋଇଥିଲା ।

ପୂରା ମ୍ୟାଚ୍‌ରେ ଚାପରେ ଥିବା ଜାପାନ ଅନ୍ତିମ ମିନିଟ୍‌ରେ ଆଟାକ୍ ଆରମ୍ଭ କରିଥିଲା । ଫଳରେ ହୋନୋକା ହାୟାଶୀ ୮୭ତମ ମିନିଟ୍‌ରେ ଗୋଲ୍ କରି ସ୍ଥିତି ୨-୧ କରିଥିଲେ । ଜାପାନ ପକ୍ଷରୁ ଗୋଲ୍ ହେବାପରେ ସ୍ୱିଡେନ୍ ନିଜ ଡିଫେନ୍ସକୁ ଶକ୍ତିଶାଳୀ କରିବା ସହିତ ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍ ହେବାକୁ ଦେଇନଥିଲା । ନିୟମିତ ସମୟରେ ଖେଳ ଶେଷ ହେବା ବେଳକୁ ମଧ୍ୟ ସ୍କୋର୍ ଲାଇନ୍ ୨-୧ ରହିବା ସହିତ ସ୍ୱିଡେନ୍ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା । ଏହା ସ୍ୱିଡେନ୍‌ର ୫ମ ବିଶ୍ୱକପ୍ ସେମିଫାଇନାଲ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button