IBN ଓଡ଼ିଶା ବ୍ୟୁରୋ

ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ

ନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ସମୟରେ ରେଳ ଟ୍ରାକକୁ ଖସି ପଡିଛନ୍ତି ଜଣେ ବିଜେପି ବିଧାୟକ। ସବୁଜ ପତାକା ଦେଖାଇ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବା ସମୟରେ ଇତୱାର ବିଧାୟକ ସରିତା ବାହାଦୁରିଆ ରେଳ ଧାରଣାକୁ ଖସି ପଡିବାର ଭିଡିଓ ଭାଇରାଲ୍ ହେଉଛି।

ସୂଚନା ଅନୁସାରେ, ଗତକାଲି ଆଗ୍ରା-ବାରଣାସି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା।

ଏଥିପାଇଁ ଇତୱା ପ୍ଲାଟଫର୍ମରେ ସନ୍ଧ୍ୟା 6ଟା ସମୟରେ ଟ୍ରେନ୍ ଲାଗିଥିଲା। ମନ୍ତ୍ରୀ, ବିଧାୟକଙ୍କ ସମେତ ଅନେକ ନେତା ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ।

ଏହି ସମୟରେ 61 ବର୍ଷୀୟ ବିଧାୟକ ସରିତା ବାହାଦୁରିଆ ଅନ୍ୟମାନଙ୍କ ସହ ବନ୍ଦେ ଭାରତର ଶୁଭାରମ୍ଭ କରିବା ପାଇଁ ସବୁଜ ପତାକା ଦେଖାଉଥିଲେ। ହେଲେ ହଠାତ୍ ରେଳଧାରଣାକୁ ଖସି ପଡ଼ିଥିଲେ।

ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୌଭାଗ୍ୟବଶତଃ ଶୁଭାରମ୍ଭ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିନଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button