IBN ଓଡ଼ିଶା ବ୍ୟୁରୋ

‘ମୁଁ ବିବାହ କରିବାକୁ ଚାହୁଁଛି’ କିନ୍ତୁ ପ୍ରଥମେ .

ମାଜ ଡିଜିଟାଲ ଡେସ୍କ: ବଲିଉଡର ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱାତ ଗଣମାଧ୍ୟମରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ ବିବାହ କରିବା ନେଇ ଖୁଲାସା କରିଛନ୍ତି। ୩୮ବର୍ଷୀୟା କଙ୍ଗନାଙ୍କୁ କେବେ ବିବାହ କରିବା ନେଇ ପ୍ରଶ୍ନ କରାଯାଇଥିଲା ତାହାର ଉତ୍ତରରେ ସେ କହିଛନ୍ତି ‘ମୁଁ ବିବାହ କରିବାକୁ ଚାହୁଁଛି’।

ସାଂସଦ କାର୍ଯ୍ୟକାଳ ଭିତରେ ବିବାହ କରିବେ କି ବୋଲି ପ୍ରଶ୍ନରେ କଙ୍ଗନା ହସି ହସି କହିଛନ୍ତି ‘ମୁଁ ବି ସେୟା ଆଶା କରୁଛି’। ହେଲେ ପ୍ରଥମେ ମୋ ଫିଲ୍ମକୁ ରିଲିଜ ତ କରାନ୍ତୁ, ତାହା ପରେ ମୋର ପରବର୍ତ୍ତି ଯୋଜନା ସମ୍ପର୍କରେ କହିବି। ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ଚିରାଗ ପାଶୱାନଙ୍କ ସହ ଭାଇରାଲ ହେଉଥିବା ତାଙ୍କ ଫଟୋକୁ ଦେଖାଇ ପଚରା ଯାଇଥିବା ପ୍ରଶ୍ନରେ କଙ୍ଗନା କହିଛନ୍ତି ସେ ମୋର ସହ-କଳାକାର। ଆମ ଦୁହିଁଙ୍କ ଫଟୋକୁ ନେଇ ସବୁଠି ଚର୍ଚ୍ଚା ହେଉଛି, ହେଲେ ସେଭଳି କିଛି ନାହିଁ। ଆମେ କେବଳ ଭଲ ବନ୍ଧୁ। ଉଭୟ ମିଶି ଫିଲ୍ମରେ ଅଭିନୟ କରିଛୁ। ଚିରାଗଙ୍କୁ ପ୍ରଶଂସା କରିବା ସହ ସେ ଜଣେ ନମ୍ର ବ୍ୟକ୍ତିତ୍ୱ ବୋଲି କଙ୍ଗନା କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button