IBN ଓଡ଼ିଶା ବ୍ୟୁରୋ

୧୨୦ ଲିଟର ବେଆଇନ କଫସିରଫ ଜବତ ; ଜଣେ ଗିରଫ

ଳାବାଡିଆ : ୧୨୦ ଲିଟର ବେଆଇନ କଫ ସିରଫ ଜବତ କରାଯିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କଁଅର ନିର୍ଦେଶ କ୍ରମେ ଆଜି ସକାଳୁ କୁଳିଅଣା ଅବକାରୀ ବିଭାଗ ଅଧିକାରୀ ଜ୍ଞାନେଶ୍ଵରୀ ବିଶ୍ୱାଳ କୁଳିଅଣା ଥାନା ଅଧୀନ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ ମାଝୀଙ୍କ ଘରେ ଅତର୍କିତ ଚଢାଉ କରିଥିଲେ।

ସେଠାରୁ ବେଆଇନ ୧୨୦ଲିଟର କଫ ସିରଫ ଜବତ କରିବା ସହିତ ଜଣକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଶ୍ରବଣ ମାଝୀ ହୋଇଥିବା ବେଳେ ଜବତ କଫସିରଫର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ନେଇ ସ୍ୱପ୍ନା ରାଣୀ ସାହୁ,ଏକ୍ସସାଇଜ ଇନ୍ସପେକ୍ଟର ସଦର ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button