ରାଜ୍ୟ

ବଢୁଛି ସୁଭଦ୍ରା ଉତ୍ସାହ: ପହଞ୍ଚିଲେ ମୋଦି, ଆଉ ମାତ୍ର କେଇଟା ମୁହୂର୍ତ୍ତ

ଭୁବନେଶ୍ବର: ଆଉ ମାତ୍ର କେଇଟା ମୁହୂର୍ତ୍ତ । କାହା ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି? ପ୍ରତିଟି ମହିଳା ଉତ୍ସାହିତ । ଏହାରି ଭିତରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଗାଡକଣ ଅଭିମୁଖେ ବାହାରିଛି ମୋଦିଙ୍କ କାରକେଡ । ଗାଡକଣ ଯାଇ ସେଠିକା ବସ୍ତିରେ ଆବାସ ଘର ଗୁଡିକରେ ଗୃହ ପ୍ରବେଶ କରାଇବେ ମୋଦି । ହିତାଧିକାରୀଙ୍କୁ ନିଜ ହସ୍ତରେ ଆବାସ ଘରର ଚାବି ଦେବେ ମୋଦି ।

ଏହାପରେ ପାଖାପାଖି ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ ମୋଦି । ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବା ଭିତରେ ବହୁ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିବେ । ଏହାପରେ ଜନତା ମଇଦାନରେ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୪ତମ ଜନ୍ମଦିନ ମଧ୍ୟ । ଯେଉଁ ରାଜ୍ୟ ତାଙ୍କୁ ଚଳିତ ଲୋକସଭାରେ ଓ ରାଜ୍ୟରେ ବିଜୟର ସ୍ବାଦ ଚଖାଇଛି ସେଠି ହିଁ ନିଜର ଜନ୍ମଦିନ ପାଳନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ସେ ତାଙ୍କର ଏକ୍ସରେ ଗୁଜୁରାଟରୁ ଭୁବନେଶ୍ୱର ଆସୁଥିବା ନେଇ ଲେଖିଛନ୍ତି, ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ସୁଭଦ୍ରା’ର ଆରମ୍ଭ କରିବା ପାଇଁ ଓଡ଼ିଶାର ଅଦ୍ଭୁତ ଲୋକଙ୍କ ମଧ୍ୟରେ ରହିବା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି। ଏହି ଯୋଜନା ମହିଳା ସଶକ୍ତିକରଣକୁ ବୃଦ୍ଧି କରିବ ଏବଂ ଆମର ନାରୀ ଶକ୍ତି ପାଇଁ ଆର୍ଥିକ ସ୍ବାଧୀନତା ନିଶ୍ଚିତ କରାଇବ।

ସେପଟେ ମୋଦିଙ୍କ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଧରନୀର ବିଭିନ୍ନ ସ୍ଥାନନରେ ମହିଳାଙ୍କ ଭିଡ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟରେ ପ୍ରକମ୍ପିତ ହେଉଛି ରାଜଧାନୀ ।

Related Articles

Leave a Reply

Your email address will not be published. Required fields are marked *

Back to top button