ପାଠ ପଢୁଥିଲେ ; ବିଶ୍ୱବିଦ୍ୟାଳୟ ଏସିରୁ ହଠାତ୍ ବାହାରିଲା ସାପ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ନୋଏଡାରେ ଶ୍ରେଣୀ କକ୍ଷରେ ପାଠ ପଢା ଯାଉଥିବା ସମୟରେ ସେଠାରେ ଥିବା ଏସିରୁ ହଠାତ୍ ଏକ ସାପ ବାହାରିଥିଲା । ସାପଟି ଏସି ଭିତରୁ ବାହାରକୁ ମୁହଁ କାଢି ରହିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ହୋସ୍ ଉଡି ଯାଇଥିଲା । ଏହି ଘଟଣା ନୋଏଡାର ଏକ ବିଶ୍ୱବିଦ୍ୟାଳୟର ବୋଲି ଜଣାପଡିଛି।
ସକାଳ ସମୟରେ ଶ୍ରେଣୀ କକ୍ଷରେ ପାଠ ପଢା ହେଉଥିବା ସମୟରେ କିଛି ଛାତ୍ରଛାତ୍ରୀଙ୍କ ନଜର ଏସି ଉପରେ ପଡିଥିଲା।ଏସିରୁ ସାପ ବାହାରୁଥିବା ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ଏସି ଭିତରୁ ଏକ କଳାରଙ୍ଗର ସାପ ଧିରେ ଧିରେ ବାହାରକୁ ଆସୁଥିଲା। ନୋଏଡା ବିଶ୍ୱ ବିଦ୍ୟାଳୟର ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସାପକୁ ଦେଖି କିଛି ଛାତ୍ରଛାତ୍ରୀ ଏହାର ଭିଡିଓ ରେକର୍ଡ କରିଥିଲେ । ଉପସ୍ଥିତ ଥିବା ଅଧ୍ୟାପକ ପିଲାଙ୍କୁ ପ୍ରଥମେ ଶାନ୍ତ ହେବାକୁ କହିଥିଲେ । ବର୍ଷା ଦିନେ ବିଭିନ୍ନ ସ୍ଥାନରେ ସାପ ନଜର ଆସିଥାଏ । ମାତ୍ର ବିଶ୍ୱବିଦ୍ୟାଳୟର ଏସିରୁ ଏଭଳି ହଠାତ୍ ସାପ ବାହାରିବା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି ।




