IBN ଓଡ଼ିଶା ବ୍ୟୁରୋ

ସୀମା ଡେଇଁ ପଶିଲେ ବାଂଲାଦେଶୀ: ବିଏସ୍‌ଏଫ୍‌ ଯବାନଙ୍କୁ ଆକ୍ରମଣ କଲେ, ଜଣେ ଗିରଫ

କୋଲକାତା: ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶୀମାନେ ବିଏସ୍‌ଏଫ୍‌ ଉପରେ ଲଗାତାର ଦୁଇଟି ଆକ୍ରମଣ କରିଛନ୍ତି। ଫେବ୍ରୁଆରି ୪-୫ ତାରିଖ ମଧ୍ୟରାତ୍ରିରେ ଏହି ଆକ୍ରମଣ ହୋଇଥିଲା। ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁରର ସୀମାନ୍ତ ଗ୍ରାମ ମଲିକପୁରରେ ଚୋରା କାରବାର ଓ ଡକାୟତି ପାଇଁ ବାଂଲାଦେଶୀମାନେ ମଧ୍ୟରାତ୍ରିରେ ପହଞ୍ଚିଥିଲେ। ସେମାନଙ୍କୁ ବିଏସ୍‌ଏଫ୍‌ ଚ୍ୟାଲେଞ୍ଜ କରିବା ପରେ ସେମାନେ ବିଏସ୍‌ଏଫ୍‌ ଯବାନଙ୍କୁ ଚାରିଆଡ଼ୁ ଘେରିଯାଇ ଖଣ୍ଡା ଓ ଛୁରି ଆଦିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ବିଏସ୍‌ଏଫ୍‌ ଯବାନ ଆହତ ହୋଇଥିବା ବେଳେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ବାଂଲାଦେଶୀମାନଙ୍କ ପାଖରେ ଖଞ୍ଜର, ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଥିଲା। ମାତ୍ର ୬ ଘଣ୍ଟା ମଧ୍ୟରେ ସେମାନେ ଦୁଇଥର ବିଏସ୍‌ଏଫ୍ ଉପରେ ଆକ୍ରମଣ କରିଥିଲେ। ରାତି ପ୍ରାୟ ୧୨ଟା ବେଳେ ପ୍ରଥମ ଆକ୍ରମଣ ହୋଇଥିଲା, ଯାହା ପରେ ସକାଳେ ପୁଣି ବାଂଲାଦେଶୀ ଆସିଥିଲେ। ଉଭୟ ଘଟଣାରେ ବିଏସ୍‌ଏଫ୍‌ ସେମାନଙ୍କୁ ମାଡ଼ ମାରି ତଡ଼ି ଦେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ବାଂଲାଦେଶୀମାନେ ବିଏସ୍‌ଏଫ୍‌ ଯବାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହାପରେ ବିଏସ୍‌ଏଫ୍‌ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ସମୟରେ ସୀମାରେ ଘନ କୁହୁଡ଼ି ପଡ଼ିଥିଲା। ସକାଳେ ବିଏସ୍‌ଏଫ୍‌ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button