IBN ଓଡ଼ିଶା ବ୍ୟୁରୋ

୨୦୨୫ରେ ଶ୍ରେଷ୍ଠ ୧୦ ଶକ୍ତିଶାଳୀ ରାଷ୍ଟ୍ରର ତାଲିକା ପ୍ରକାଶ କଲା ଫୋର୍ବସ, ଦ୍ବାଦଶ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଫୋର୍ବସ୍ ୨୦୨୫ରେ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଆମେରିକା ଶୀର୍ଷରେ ଥିବା ବେଳେ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି। ଇସ୍ରାଏଲ ଦଶମ ସ୍ଥାନରେ ରହିଛି। ଏହି ମାନ୍ୟତା ଅନେକ ଗୁରୁତ୍ୱପୂର୍ଣ୍ଣ କାରକ ଉପରେ ଆଧାରିତ। କିନ୍ତୁ ବିଶାଳ ଜନସଂଖ୍ୟା, ଚତୁର୍ଥ ବୃହତ୍ତମ ସାମରିକ ଓ ପଞ୍ଚମ ବୃହତ୍ତମ ଅର୍ଥନୀତି ସତ୍ତ୍ୱେ ଏହି ତାଲିକାରେ ଭାରତର ଅନୁପସ୍ଥିତି ବିତର୍କ ସୃଷ୍ଟି କରିଛି। ଫୋର୍ବସ ସ୍ପଷ୍ଟ କରିଛି ଯେ ୟୁଏସ୍ ନ୍ୟୁଜ୍ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ନେତୃତ୍ୱ, ଅର୍ଥନୈତିକ ପ୍ରଭାବ, ରାଜନୈତିକ ଶକ୍ତି, ଶକ୍ତିଶାଳୀ ଅନ୍ତର୍ଜାତୀୟ ମେଣ୍ଟ ଓ ସାମରିକ ଶକ୍ତି ଭଳି ପାଞ୍ଚଟି ପ୍ରମୁଖ ମାନଦଣ୍ଡ ଦ୍ୱାରା ମାନ୍ୟତା ନିର୍ଦ୍ଧାରଣ କରାଯାଇଛି। ୟୁନିଭର୍ସିଟି ଅଫ୍ ପେନ୍ସିଲଭାନିଆର ୱାର୍ଟନ୍ ସ୍କୁଲର ପ୍ରଫେସର ଡେଭିଡ୍ ରେବଷ୍ଟାଇନଙ୍କ ନେତୃତ୍ବରେ ଗବେଷକଙ୍କ ସହଯୋଗରେ ଗ୍ଲୋବାଲ ମାର୍କେଟିଂ ଫାର୍ମ ଡବ୍ଲୁପିପିର ଏକ ୟୁନିଟ୍ ବିଏଭି ଗ୍ରୁପ୍ ଏହି ମାନ୍ୟତା ପଦ୍ଧତି ବିକଶିତ କରିଛି।

ଫେବ୍ରୁଆରି ୨୦୨୫ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରେ ଦ୍ୱାଦଶ ସ୍ଥାନରେ ରହିଛି। ଭାରତର ସୁଦୃଢ଼ ଅର୍ଥନୀତି, ପ୍ରଭାବଶାଳୀ ଅନ୍ତର୍ଜାତୀୟ ଭାଗୀଦାରି ଓ ସାମରିକ ସାମର୍ଥ୍ୟ ସତ୍ତ୍ବେ ଫୋର୍ବସ୍ ତାଲିକାରେ ଏହାକୁ ଅଣଦେଖା କରାଯାଇଥିବାରୁ ବିଭିନ୍ନ ମହଲ ଏହାକୁ ପକ୍ଷପାତପୂର୍ଣ୍ଣ ବୋଲି କହିଛନ୍ତି। ବିଶ୍ୱ ଜିଡିପି ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା, ଚୀନ୍, ଜର୍ମାନୀ ଓ ଜାପାନ ପଛକୁ ପଞ୍ଚମ ସ୍ଥାନରେ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button