ରାଜ୍ୟ

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍। ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ବିଶେଷଜ୍ଞ ଟିମ୍ ଗୁପ୍ତ ରତ୍ନଭଣ୍ଡାର ଓ ସୁଡଙ୍ଗ ନେଇ ଯାଞ୍ଚ କରୁଥିବା ସୂଚନା ମିଳିଛି। ଭିତର ଏବଂ ବାହାର ରତ୍ନଭଣ୍ଡାର କାନ୍ଥ କିମ୍ବା ଚଟାଣ ନିକଟରେ କୌଣସି ଗୁପ୍ତ କୋଠରି ରହିଛି କି ନାହିଁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ବିଶେଷଜ୍ଞ।

ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିପାଇଁ ୧୭ଜଣିଆ କମିଟି ଗଠନ କରାଯାଇଛି। ସେଥିରେ କେନ୍ଦ୍ର ସରକାରଙ୍କ ଦୁଇଟି ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକଙ୍କୁ ସାମିଲ କରାଯାଇଛି। ଦିନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତିନିଦିନ ଧରି ଯାଞ୍ଚ ପ୍ରକ୍ରିୟା କରାଯିବ।

ତାହାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନିତିକାନ୍ତି ସଅଳ କରାଯିବ। ଦିନ ଗୋଟାଏଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଗାମୀ ୨୪ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶାରଦୀୟ ଦୂର୍ଗାପୂଜା ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଶ୍ରୀଜୀଉଙ୍କ କେତେକ ବିଶେଷ ନିତିକାନ୍ତି ରହିଛି। ତେଣୁ ଏହାପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ଶେଷ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button