ରାଜ୍ୟ

ହାଇକୋର୍ଟରେ ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲା: ପୂର୍ବ ରାୟ ଉପରେ ସ୍ଥଗିତାଦେଶ – Ibnodisha

[ad_1]

କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ଅନିୟମିତତା ମାମଲାରେ ଜଣିକିଆ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ରାୟ ଉପରେ ଆଜି ସ୍ଥଗିତାଦେଶ ଜାରି ହୋଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସ୍ଥଗିତାଦେଶ ଜାରି କରିଛନ୍ତିି । ଏଥିସହିତ ସେପ୍ଟେମ୍ବର ୩୧ ତାରିଖରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତିି । ଗତ ମେ’ ୧୯ ତାରିଖରେ ଜଷ୍ଟିସ ମହାପାତ୍ରଙ୍କ ଇଜିଲାସରେ ଏଏସଓ ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କିତ ମାମଲାରେ ହାଇକୋର୍ଟ ମେଧା ତାଲିକା ପ୍ରକାଶନ ଉପରେ ଅଙ୍କୁଶ ଲଗାଇଥିଲେ । ଦୁଇ ମାସ ମଧ୍ୟରେ ପୁଣି ଥରେ ମେଧା ତାଲିକା ପ୍ରକାଶ କରିବାକୁ ଆଦେଶ ଦେଇଥିଲେ ।

ଏହା ପରେ ମେଧା ତାଲିକାରେ ସ୍ଥାନିତ କିଛି ପରୀକ୍ଷାର୍ଥୀ ହାଇକୋର୍ଟରେ ରିଟ୍ ଅପିଲ୍ କରି ସେମାନଙ୍କୁ ପକ୍ଷଭୁକ୍ତ କରାନଯାଇ ମାମଲାର ଶୁଣାଣି କରାଯାଇଛି ବୋଲି ଦର୍ଶାଇଥିଲେ । ଏଣୁ ସେମାନେ ପ୍ରଭାବିତ ହେଉଥିବା ଦର୍ଶାଇ ସେମାନଙ୍କୁ ପକ୍ଷଭୁକ୍ତ ହେବାକୁ ଅନୁମତି ଦିଆଯାଉ ବୋଲି ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ମେ’ ୧୯ ତାରିଖର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ବିଳମ୍ବ କରାଯାଉଥିବା ଅଭିଯୋଗ କରି ଅଦାଲତରେ ଓପିଏସସି ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଏହି ଅଦାଲତ ଅବମାନନା ମାମଲାର ଶୁଣାଣି କରି ୬ ସପ୍ତାହ ମଧ୍ୟରେ ନୂଆ ମେଧା ତାଲିକା ପ୍ରକାଶ କରି ଚୟନ ପ୍ରକ୍ରିୟା ଶେଷ କରିବାକୁ ଓପିଏସ୍‌ସିକୁ କହିଥିଲେ । ତେବେ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶ ବିରୋଧରେ ଅଦାଲତଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି କରିବାକୁ ପୁଣି ଏକ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତିି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button