ରାଜ୍ୟ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ନବଜାତକର ମୃତ୍ୟୁ; ଚିକିତ୍ସାରେ ଅବହେଳା ଅଭିଯୋଗ – Ibnodisha

[ad_1]

ଭୁବନେଶ୍ବର: ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏକ ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପ୍ରସୂତିଙ୍କ ସମ୍ପର୍କୀୟମାନେ ୱାର୍ଡରେ ପାଟିତୁଣ୍ଡ କରିବା ସହ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯିବ ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ନୟାଗଡ଼ ଶରଣକୁଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳି ନାୟକ ଗତକାଲି ଖୋର୍ଦ୍ଧା ଚାନ୍ଦପୁର ହସ୍ପିଟାଲ୍‌ରୁ ରେଫର୍ ହୋଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସନ୍ଧ୍ୟାରେ ଡାକ୍ତର ତ‌ାଙ୍କର ପରୀକ୍ଷା କରିଥିଲେ ଏବଂ ଅପରେସନ୍‌ କରାଯାଇ ଡେଲିଭରି କରାଯିବ ବୋଲି କହିଥିଲେ। କିନ୍ତୁ ଆଜି ସକାଳୁ ତାଙ୍କର ସ୍ବାଭାବିକ ଡେଲିଭରି କରାଯାଇଥି‌ଲା।

ଶ୍ରଦ୍ଧାଞ୍ଜଳି ଏକ ଶିଶୁପୁତ୍ର ଜନ୍ମ ‌ଦେଇଥିଲେ। କିନ୍ତୁ ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଯାଇଥିଲା। ଅପରେସନ୍ କରିବାକୁ କହି ଆଜି ସକାଳେ ସ୍ବାଭାବିକ ଜନ୍ମ କରାଇବାରୁ ଶିଶୁଟିର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ହସ୍ପିଟାଲ୍‌ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button