ଦେଶ

‘ୟୁଟ୍ୟୁବ୍‌ ଚାନେଲ୍‌’ରେ ଇଂରାଜୀ ଶିକ୍ଷା ଦେଇ ମାସକୁ ୨୫,୦୦୦ ଟଙ୍କା ଆୟ କରୁଛନ୍ତି ଦିନମଜୁରିଆର ସ୍ତ୍ରୀ – Ibnodisha

[ad_1]

ଲକ୍ଷ୍ନୌ: ‘ୟୁଟ୍ୟୁବ୍‌ ଚାନେଲ୍‌’ରେ ଇଂରାଜୀ ଶିକ୍ଷା ଦେଇ ଉତ୍ତର ପ୍ରଦେଶ ରାଜ୍ୟର ଜଣେ ଗାଉଁଲି ମହିଳା ମାସକୁ ପ୍ରାୟ ୨୫ ହଜାର ଟଙ୍କା ଆୟ କରୁଥିବା କଥା କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

କୌଶାମ୍ବୀ ଜିଲ୍ଲାର ତିରାଥୁ ନଗର ପଞ୍ଚାୟତବାସିନୀ ଯଶୋଦା ଲୋଧି ନାମ୍ନୀ ମହିଳା ଚଳାଉଥିବା ଏହି ଜନପ୍ରିୟ ‘ୟୁଟ୍ୟୁବ୍‌ ଚାନେଲ୍‌’ ହେଉଛି ‘ଇଂଲିଶ୍‌ ୱିଥ୍‌ ଦେହାତୀ ମାଡାମ୍‌’। ତାଙ୍କର ‘ସବ୍‌ସ୍କ୍ରାଇବର୍‌’ ପ୍ରାୟ ୨.୯ ଲକ୍ଷ ଓ ‘ଭିୟୁ’ ୨.୬ କୋଟି।

ସଂଗୃହୀତ ସୂଚନା ଅନୁସାରେ, ଝିଅ ବୋଲି ହେୟଜ୍ଞାନ କରି ଯଶୋଦାଙ୍କ ବାପାମାଆ ତାଙ୍କୁ ପିଲାଟି ବେଳୁ ଜଣେ ସମ୍ପର୍କୀୟଙ୍କ ହାତକୁ ଟେକି ଦେଇଥିଲେ। ତାଙ୍କୁ ଝିଅ କରି ନେଇଥିବା ସମ୍ପର୍କୀୟମାନେ ଯଶୋଦାଙ୍କୁ ଯେନତେନ ପ୍ରକାରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇ ଜଣେ ଦିନମଜୁରିଆ ସହିତ ବିଭା କରାଇ ଦେଇଥିଲେ। କିନ୍ତୁ, ଦୁର୍ଘଟଣାର ସରବ୍ୟ ହୋଇ ତାଙ୍କ ସ୍ବାମୀ ରୋଜଗାର ଅକ୍ଷମ ହୋଇଗଲେ। ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ଘରଲୋକେ କରିଥିବା ଋଣ ପରିଶୋଧ କରିବା ଅସମ୍ଭବ ହୋଇପଡ଼ିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button