ରାଜ୍ୟ

ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ହେବ ମାନ ଯାଞ୍ଚ : ଜିଲ୍ଲାପାଳ

ପୁରୀ : ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ। ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ। ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ। ଓମଫେଡ ସହିତ ମଧ୍ୟ ଆଲୋଚନା କରାଯିବ।

ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ଘିଅ ବ୍ୟବହାର ହେଉଥିବାର ସମ୍ଭାବନା ଅଛି। ମାନ ଯାଞ୍ଚ କରାଯାଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି ଶ୍ରୀ ମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର କରାଯାଉଛି । ଶ୍ରୀ ମନ୍ଦିରରେ ପୂର୍ବରୁ କୋଠ ଭୋଗରେ ଗୁଆଘିଅ ବ୍ୟବହୃତ ହୋଇଥିବାବେଳେ ବରାଦି ଭୋଗ ଅନୁସାରେ ଘିଅ ବ୍ୟବହୃତ ହେଉଥିଲା । ଅପମିଶ୍ରିତ ଘିଅ ଶ୍ରୀ ମନ୍ଦିରରେ ବ୍ୟବହାର କରାଯାଉନାହିଁ । ବର୍ତ୍ତମାନ ଶ୍ରୀମନ୍ଦିରରେ ବିଭିନ୍ନ ଭୋଗରେ ଓ ଦୀପ ମାନଙ୍କରେ ଓମ୍ଫେଡ ଘିଅ ବ୍ୟବହାର କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button