ରାଜନୀତି

ଖରିଫ୍ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ଅବଧୂ ଚଳିତ ଅଗଷ୍ଟ ୧୬ ପରିବର୍ତ୍ତେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରା ନ ଗଲେ ଜିଲ୍ଲାସ୍ତରରେ ଚାଷୀ ଆନ୍ଦୋଳନ ଦୁର୍ବାର ହେବ – କିଷାନ କଂଗ୍ରେସ – Ibnodisha

[ad_1]

ଭୁବନେଶ୍ଵର – ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିବା ଓ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ଅଞ୍ଚଳରେ ସ୍ଵଳ୍ପ ବୃଷ୍ଟିପାତ ଓ ପ୍ରବଳ ବର୍ଷା ଯୋଗୁଁ ରୁଆ ବେଉଷଣ କାର୍ଯ୍ୟର ୫୦ ପ୍ରତିଶତ ମଧ୍ଯ ଅଗ୍ରଗତି କରି ପାରିନାହିଁ । ଫଳରେ ଅନମିୟମିତ ଜଳବାୟୁ ପରିସ୍ଥିତିକୁ ଦେଖୁ ରାଜ୍ୟର ୮ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ଖରିଫ ଧାନ ବିକ୍ରି ପାଇଁ ସେମାନଙ୍କର ନାମ ପଞ୍ଜିକରଣ କରି ପାରି ନାହାନ୍ତି । ଏହି ଦିଗରେ ସରକାରଙ୍କ ପକ୍ଷରୁ ସେପରି ସଚେତନତା ବୃଦ୍ଧି କରାଯାଇ ନାହିଁ । ଅନ୍ୟ ଦିଗରେ ୱେବ ସାଇଟ୍ ଅତି ଧୂମା ଥିବାରୁ ନାମ ପଞ୍ଜିକରଣ କରିବା କାଠିକର ପାଠ ହୋଇଛି । ଆଉ ଦିନକ ପରେ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ତାରିଖ ଶେଷ ହେବ । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୧୫ ହଜାର ଚାଷୀ କେବଳ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି । ଚଳିତ ମାସ ଅଗଷ୍ଟ ୧୬ ତାରିଖ ନାମ ପଞ୍ଜିକରଣ ପାଇଁ ସରକାର କଣ୍ଟ ରଖୁଥିବାରୁ ଚାଷୀ ଗୁରୁତର ଚିନ୍ତାରେ | ତେଣୁ ଚାଷୀଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଆଉ କାଳ ବିଳମ୍ବ ନ କରି ଖରିଫ୍ ଧାନ ବିକ୍ରୟ ପାଇଁ ଚାଷୀ ନାମ ପଞ୍ଜିକରଣ ସମୟ ସୀମା ଚଳିତ ମାସ ୧୬ ପରିବର୍ତ୍ତେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କଂଗ୍ରେସ ଦଳ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି | ଏହି ମର୍ମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ କିଷାନ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି । ଯଦି ଏହି ଦିଗରେ ସରକାର ଆଶୁ ପଦକ୍ଷେପ ଗ୍ରହଣ ନ କରନ୍ତି, ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଚାଷୀ ଆନ୍ଦୋଳନକୁ ଜିଲ୍ଲାସ୍ତରରେ ଦୁର୍ବାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା,ପିସିସି ମୁଖପାତ୍ର ରଶ୍ମି ମହାପାତ୍ର ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button