ରାଜ୍ୟ

ହିନ୍ଦୁସ୍ତାନୀ ସଂଗୀତ ସଭା ଦ୍ବାରା ଆୟୋଜିତ ହୋଇଯାଇଛି ମହ୍ଲାର ଉତ୍ସବ

ଭୁବନେଶ୍ବର: ମଙ୍ଗଳବାର (୨୪.୦୯.୨୦୨୪)ରେ ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ଭୁବନେଶ୍ବରର ଏକ ଅଗ୍ରଣୀ ଅନୁଷ୍ଠାନ ହିନ୍ଦୁସ୍ତାନୀ ସଂଗୀତ ସଭା ଦ୍ବାରା ଏକ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ (ମହ୍ଲାର ଉତ୍ସବ) ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏକାମ୍ର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ ଯୋଗ ଦେଇଥିଲେ।

ସଂଗୀତ ସଭାର ଉପସଭାପତି ଡକ୍ଟର ସର୍ବେଶ୍ବର ସତପଥୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସଂଗୀତ ସଭାର ସଂପାଦକ ଡକ୍ଟର ରଘୁନାଥ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭରେ ରାଗ ଭୁପାଲିରେ ଛାତ୍ରଛାତ୍ରୀମାନେ ଖେୟାଲ୍ ଗାୟନ କରୁଥିଲେ। ଏହାପରେ ଗୁରୁ ଡକ୍ଟର ରଘୁନାଥ ସାହୁ ରାମଦାସୀ ମହ୍ଲାର, ସୁଶ୍ରୀ ସୁଦୀପ୍ତା ମହାପାତ୍ର ରାଗ- ମେଘ ମହ୍ଲାର, ଗୁରୁ ଶ୍ରୀ କୁଞ୍ଜ ବିହାରୀ ନାୟକ ରାଗ- ମହ୍ଲାର ସାରଙ୍ଗ, ଗୁରୁ ଶ୍ରୀ ହରିହର ରଥ ରାଗ- ଜୟନ୍ତ ମହ୍ଲାରରେ ଖୟାଲ ଗାୟନ କରିଥିଲେ। ଯନ୍ତ୍ର ସଂଗୀତରେ ଗୁରୁ ଶ୍ରୀ ଜୀବନ ପ୍ରକାଶ ଦାସ ରାଗ-ମିଆଁ ମହ୍ଲାର ଓ ଶେଷରେ ଗୁରୁ ଶ୍ରୀ ପ୍ରମୋଦ ପତି ରାଗ- ସୁର ମହ୍ଲାରରେ ବଂଶୀ ବାଦନ କରିଥିଲେ।

ସେହିପରି ବାଦ୍ୟଯନ୍ତ୍ରରେ ଗୁରୁ ଶ୍ରୀ ସୁଶାନ୍ତ କୁମାର ଜେନା, ଗୁରୁ ଶ୍ରୀ ତାପସ ପାଲ୍, ଗୁରୁ ଶ୍ରୀ ବିଜୟ କୁମାର ଦାସ ଦବଲାରେ, ଗୁରୁ ଶ୍ରୀ ଅମିତ କୁମାର ରଥ ଏବଂ ଗୁରୁ ଶ୍ରୀ ଶଶିକାନ୍ତ ସାହୁ ହାର୍ମୋନିୟମ୍ରେ ସହଯୋଗିତା କରିଥିଲେ। ଉଦ୍ଘୋଷକ ଭାବେ ଶ୍ରୀ ବୈଦୁର୍ଯ୍ୟନାଥ କର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button