ରାଜ୍ୟ

‘ଓଲା’ ଡ୍ରାଇଭରଙ୍କୁ ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗିଲେ ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ୱର : ‘ଓଲା’ ଡ୍ରାଇଭରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ଅଞ୍ଚଳରେ। ‘ଓଲା’ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ମାଡ଼ ମାରିବା ସହ ଭିଡିଓ କଲରେ ସେହି ଦୃଶ୍ୟ ସ୍ତ୍ରୀଙ୍କୁ ଦେଖାଇ ଟଙ୍କା ଦେବାକୁ ବାଧ୍ୟ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଅପହୃତ ଡ୍ରାଇଭରଙ୍କ ନାଁ ଶଙ୍କର୍ଷଣ ଦାସ। ତାଙ୍କ ଘର ପାତ୍ରପଡ଼ା କ୍ରିଷ୍ଣା ବିହାର ଅଞ୍ଚଳରେ। ତେବେ ଏନେଇ ଖଣ୍ଡଗିରି ଥାନାରେ ଶଙ୍କର୍ଷଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଶଙ୍କର୍ଷଣଙ୍କ ପତ୍ନୀ କହିଛନ୍ତି, ଗତକାଲି ରାତିରେ ମୋ ସ୍ୱାମୀ କୁକୁରକୁ ବୁଲାଇବାକୁ ଆଣିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ମୋ ସ୍ୱାମୀଙ୍କୁ ଆମ ଘର ପାଖରୁ ଅପହରଣ କରି ନେଇଥିଲେ। ପରେ ସ୍ୱାମୀଙ୍କୁ ମାଡ ମାରି ରକ୍ତାକ୍ତ କରି ମୋତେ ଭିଡିଓ କଲ୍ କରି ଟଙ୍କା ମାଗିଥିଲେ। ଆମକୁ ୧୦ ଲକ୍ଷ ଦିଅ, ନହେଲେ ତୁମ ସ୍ୱାମୀଙ୍କୁ ମାରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ମୁଁ ଭୟରେ ୨ ଲକ୍ଷ ଟଙ୍କା ଦେଇସାରିଲାଣି। ମୋ ସ୍ୱାମୀ ଅପହରଣ ହେବା ପରେ ମୁଁ ସଙ୍ଗେ ସଙ୍ଗେ ପୁଲିସକୁ ଜଣାଇଥିଲି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button