ରାଜ୍ୟ

କୋର୍ଟରେ ନିଲମ୍ୱିତ IIC ଦୀନକୃଷ୍ଣ ମିଶ୍ର, ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଦେଲେ ସହମତି

ଭୁବନେଶ୍ୱର, ୨୫।୯: ଭରତପୁର ଥାନା ହାଇଡ୍ରାମା ମାମଲା । କ୍ରାଇମବ୍ରାଞ୍ଚର ତନାଘନା । କୋର୍ଟରେ ହାଜର ହେଲେ ନିଲମ୍ୱିତ ଆଇଆଇସି ଦୀନକୃଷ୍ଣ ମିଶ୍ର । ଜେଏମ୍ଏଫ୍ସି କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ବ୍ରେନ୍ ମ୍ୟାପିଂ, ନାର୍କୋଟେଷ୍ଟ ଓ ବିଭିନ୍ନ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଅନୁମତି ଲୋଡ଼ିଥିଲା । ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସହମତି ଦେଇଥିଲେ ଦୀନକୃଷ୍ଣ ।

ପରେ ଅନୁମତି ମିଳିବା ପରେ ଗୁଜୁରାଟରେ ସମସ୍ତ ଟେଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । କୋର୍ଟରେ ସମସ୍ତ ପରୀକ୍ଷାର ସମ୍ମୁଖୀନ ପାଇଁ ଦୀନକୃଷ୍ଣ ମିଶ୍ର ରାଜି ହୋଇଥିବା ଜଣାପଡ଼ିଛି ।

ବୁଧବାର ସକାଳୁ କ୍ରାଇମବ୍ରାଞ୍ଚର ପ୍ରାୟ ୨୦ ଜଣ ଅଧିକାରୀ ଭରତପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ୧୪ ତାରିଖ ରାତିରେ କ’ଣ ଘଟିଥିଲା ତାର କ୍ରାଇମସିନ୍ ରିକ୍ରିଏସନ୍ ସିନ୍ ତଦନ୍ତକାରୀ ଅଧିକାରୀଙ୍କୁ ଦେଖାଉଛନ୍ତି ମେଜର ଓ ପୀଡ଼ିତା । ଆଉ ଏସବୁକୁ ଫାରୋ କ୍ୟାମେରା ଜରିଆରେ ସବୁକିଛି ରେକର୍ଡ କରାଯାଉଛି । ପ୍ରଥମେ କେଉଁଠି କି ଆସିଥିଲା, କେଉଁଠି ନିର୍ଯାତନା ଦେଇଥିଲା ସେସବୁ ଚିତ୍ର କଏଦ୍ ହୋଇଥିଲା । ପରେ କ୍ରାଇମବାଞ୍ଚ ଟିମ୍ର ତଦନ୍ତ ଶେଷ ହୋଇଥିଲା । ଭରତପୁର ଥାନା ପରେ ପଥରଗାଡ଼ିଆ କ୍ରାଇମବ୍ରାଞ୍ଚ ଟିମ୍ ଯାଇଥିଲା । ତଦନ୍ତରେ ସହଯୋଗ ପାଇଁ ପୀଡ଼ିତା ଏବଂ ସେନା ଅଧିକାରୀ ମଧ୍ୟ ଥାନାରେ ଥିଲେ ଉପସ୍ଥିତ ।

Related Articles

Leave a Reply

Your email address will not be published. Required fields are marked *

Back to top button