ରାଜ୍ୟ

ଆଗକୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଠନ ହେବ କାରଣ ଖୋଜା କମିଟି

ଭୁବନେଶ୍ୱର: ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ। ଆଗକୁ ହେବାକୁ ଥିବା ପଦଯାତ୍ରା, ନୂଆ କମିଟି ଓ ଅନ୍ୟ ସଂଗଠନିକ କାର୍ଯ୍ୟକ୍ରମ ନେଇ ହେବ ଆଲୋଚନା।

ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ ବି ରହିବ ଫୋକସରେ। ବିରୋଧୀ ଦଳରେ ରହି ବି ବିକାଶ ଆମ ପ୍ରାଥମିକତା।

ଆଗକୁ ବିକାଶ ପାଇଁ ହଲଚଲ ଲାଗି ରହିବ ବୋଲି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର।

ଆଗକୁ ବଜେଡି ନୂଆ କମିଟି ଗଠନ କରିବ। ଏହାସହ ଅନ୍ୟାନ୍ୟ ସଂଗଠନିକ କାର୍ଯ୍ୟକ୍ରମ ମଧ୍ୟ କରିବ। ପଦଯାତ୍ରା କରିବ, ଲୋକଙ୍କ ନିକଟକୁ ପହଞ୍ଚିବ। ଏଥିଲାଗି ପ୍ରସ୍ତୁତ ହେବ ରଣନୀତି। ସେହିପରି ଚଳିତ ନିର୍ବାଚନରେ ବିଜେଡିର ପରାଜୟ କାହିଁକି ହୋଇଥିଲା ସେନେଇ ମଧ୍ୟ କାରଣ ଖୋଜିବ କମିଟି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button