IBN ଓଡ଼ିଶା ବ୍ୟୁରୋ

ଏହି ୩ଟି ଗଛ ଧନକୁ କରିଥାଏ ଆକର୍ଷିତ, ଭାଗ୍ୟ ବଦଳାଇବା ପାଇଁ ନିଜ ଘରେ ଲଗାନ୍ତୁ ଏହି ଗଛ। ଅଚାନକ ହେବ ଧନର ପ୍ରାପ୍ତି…

ଧଳା ପଳାଶ :

ଧନ ସହ ଜଡିତ ସମସ୍ୟା ଲାଗି ରହିଥିଲେ, ଧନ ବୃଦ୍ଧି ପାଇଁ ଧଳା ପଳାଶ ଗଛ ଘରେ ନିଶ୍ଚୟ ଲଗାନ୍ତୁ। ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ଫୁଲ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ଖୁବ୍ ପ୍ରିୟ ବୋଲି ମାନ୍ୟତା ରହିଛି। ମା’ଙ୍କୁ ଏହି ଫୁଲ ଅର୍ପଣ କଲେ ପ୍ରସନ୍ନ ହୋଇ ଧନର ଅଭାବ ଦୂର ହୋଇଥାଏ। ଏହି ଗଛ ଘରେ ଥିଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

ବାଉଁଶ ଗଛ :

ଏହି ଗଛକୁ ଉନ୍ନତିର ଗଛ ବୋଲି କୁହାଯାଏ। ଏହା ଘରେ ଥିଲେ ଉନ୍ନତି ପରେ ଉନ୍ନତି ହୋଇଥାଏ। ବାସ୍ତୁ ଅନୁସାରେ ଏହାକୁ ପୂର୍ବ ଦିଗରେ ଲଗାଇପାରିବେ। ଏହି ଗଛ ଲଗାଇବା ପରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ।

ତୁଳସୀ :

ପ୍ରତ୍ୟେକ ଘରର ଅଗଣାରେ ତୁଳସୀ ଗଛ ଶୋଭା ପାଏ। ଘରର ଅଗଣାରେ ଏହି ଗଛ ରହିଲେ, ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। ଏହାକୁ ପୂର୍ବ ଦିଗରେ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button