ମନୋରଞ୍ଜନ

ତୃତୀୟ ଦିନରେ ବକ୍ସ ଅଫିସରେ ଗଦର-୨ର ୫୨ କୋଟି ଆୟ – Ibnodisha

[ad_1]

ମୁମ୍ବାଇ: ସନ୍ନି ଦେଓଲଙ୍କ ଗଦର-୨ର ବକ୍ସ ଅଫିସ ଆୟ କମିବାର ନାଁ ଧରୁନି। ବଲିଉଡ୍ ଟ୍ରେଡ୍ ବିଶ୍ଳେଷକ ତରଣ ଆଦର୍ଶଙ୍କ କହିବା ଅନୁସାରେ ରବିବାର ତୃତୀୟ ଦିନରେ ୫୧.୭୦ କୋଟି ଟଙ୍କା ଆୟ ହୋଇଛି। ଏଥି ସହ ତିନିଦିନରେ ବକ୍ସ ଅଫିସରେ ଗଦର-୨ର ମୋଟ ଆୟ ୧୩୪.୮୮ କୋଟି ଟଙ୍କାରେ ପହଞ୍ଚିଛି। ତରଣ ଆଦର୍ଶ କହିଛନ୍ତି, ତାରା ସିଂହ ତାଙ୍କ ବଡ଼ ହାତୁଡ଼ିରେ ବକ୍ସ ଅଫିସକୁ ଛତ୍ରବିଛତ୍ର କରିଦେଇଛନ୍ତି। ଗଦର-୨ ବକ୍ସ ଅଫିସରେ ଗଦର ସୃଷ୍ଟି କରିଛି। ଗୌରବାବହ ପ୍ରାରମ୍ଭଏହା ପ୍ରମାଣ କରିଛି ଯେ, ଉତ୍ତମ ଭାବରେ ନିର୍ମିତ ଦେଶୀ ଫିଲ୍ମ କେବେହେଲେ ପୁରୁଣାକାଳିଆ ହେବ ନାହିଁ। ତେବେ ଛବି ଏବେ ବି ବାକି ଅଛି। ସ୍ବାଧୀନତା ଦିବସ ଉପରେ ସମସ୍ତଙ୍କର ଆଖି ଅଛି। ଅର୍ଥାତ୍ ସ୍ବାଧୀନତା ଦିବସରେ ଗଦର-୨ ଅଧିକ ଆୟ କରିବାର ସମ୍ଭାବନା ଅଛି ବୋଲି ଆଦର୍ଶ କହିଛନ୍ତି।

ତରଣ ଆଦର୍ଶ କହିଛନ୍ତି ଯେ, ଯଦି ଗଦର-୨ ଏକୁଟିଆ ରିଲିଜ ହୋଇଥାନ୍ତା, ତା’ ସାଙ୍ଗରେ ଆଉ ଏକ ହିନ୍ଦୀ ଫିଲ୍ମ ଶୁଭମୁକ୍ତି ଲାଭ କରି ନ ଥାନ୍ତା, ତେବେ ସପ୍ତାହାନ୍ତରେ ଏହା ଆଉ ୩୦ କୋଟି ଅଧିକ ଆୟ କରିଥାନ୍ତା। ସୂଚନାଯୋଗ୍ୟ, ଗଦର-୨ ସହ ଏକାଦିନରେ ବକ୍ସ ଅଫିସରେ ଶୁଭମୁକ୍ତି ଲାଭ କରିଛି ଅକ୍ଷୟ କୁମାରଙ୍କ ଓଏମ୍‌ଜି-୨। ଗଦର-୨ ଶନିବାର ୪୩.୦୮ କୋଟି ଓ ଶୁକ୍ରବାର ୪୦.୧୦ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରଥମ ସପ୍ତାହରେ ଏହାର ଆୟ ଆରାମରେ ୨୦୦ କୋଟି ଟପିବ ବୋଲି ଆଶା କରାଯାଉଥିବା ତରଣ ଆଦର୍ଶ ପ୍ରକାଶ କରିଛନ୍ତି। ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିବା ଗଦର-୨, ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟର ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ। ସନ୍ନି ଦେଓଲଙ୍କ ଛଡ଼ା ଏଥିରେ ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button