ରାଜ୍ୟ

ଝରକା ତାଡ଼ି ଦୁର୍ବୃତ୍ତମାନେ ନେଇଗଲେ ୫ ଲକ୍ଷ ଟଙ୍କାର ଗହଣା – Ibnodisha

[ad_1]

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଟୋଲକପଡ଼ା (ଜୟ ଭାସ୍କର ନଗର) ଅଞ୍ଚଳରୁ ମାତ୍ର ଅଳ୍ପ କିଛିଦିନ ବ୍ୟବଧାନରେ ଆଜି ପୁଣି ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁଇଟିଯାକ ଲୁଟ ଘଟଣାରେ ଗୋଟିଏ ନିର୍ଦ୍ଦିଷ୍ଟ ସିନ୍ଧି ଚୋରଦଳଙ୍କ ସଂପୃକ୍ତି ରହିଥିବା ପୁଲିସ ସନ୍ଦେହ କରୁଛି। ଲୁଟର ଶିକାର ବ୍ୟବସାୟୀ ହେଲେ ଶରତ କୁମାର ପାତ୍ର। ଶରତଙ୍କ ନିଜ ଘର ଭରତପୁର ଥାନା ଅଧୀନ ଶ୍ୟାମପୁର ଗ୍ରାମରେ।ହେଲେ ସେ ଏଠାରେ ଘର କରି ପତ୍ନୀଙ୍କ ସହିତ ୫ ବର୍ଷ ହେଲା ରହୁଛନ୍ତି। ଗତ ଶନିବାର ପୂର୍ବାହ୍ନ ୧୧ଟା ବେଳେ ଶରତ ପତ୍ନୀ ରାଜଶ୍ରୀ ଓ ଝିଅ ସହିତ ପୁରୀରେ ଥିବା ଜଣେ ବନ୍ଧୁ ଘରକୁ ଯାଇଥିଲେ। ଲୁଟ୍‌ ହୋଇଥିବା ନେଇ ଆଜି ସକାଳେ ପଡ଼ୋଶୀଙ୍କ ଠାରୁ ଖବର ପାଇଥିଲେ। ଏ ସଂପର୍କରେ ଶରତ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ ହେଁ ଲୁଟେରାଙ୍କ ଟେର ମିଳିପାରି ନାହିଁ। ଅନ୍ୟପକ୍ଷରେ କିଛିଦିନ ତଳେ ଶରତଙ୍କ ଘର ଠାରୁ ଅଳ୍ପ ଦୂରରେ ରହୁଥିବା ବୈକୁଣ୍ଠ ପ୍ରଧାନଙ୍କ ଘରୁ ଲୁଟେରା ୨୦୦ ଗ୍ରାମର ସୁନା ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ କରାଯାଉନଥିବାରୁ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button