ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପୋଲିସଙ୍କୁ ମିଳିବ ବାଇକ୍

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତି ପୋଲିସ ପାଖରେ ରହିବ ବାଇକ୍। ଏହାସହିତ ପୋଲିସ୍ ଷ୍ଟେସନ ପାଇଁ ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବ। କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ପୋଲିସ୍ ଅଧିକାରୀ ମାନଙ୍କୁ ବାଇକ୍ ଦିଆଯିବ ବୋଲି କହିଛନ୍ତିଚ ମୁଖ୍ୟମନ୍ତ୍ରୀ ।

ଏନେଇ ୯ହଜାର ବାଇକ୍ ପ୍ରଦାନ କରାଯିବ । ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍‌ ଥିବାରୁ କାମ ଶୀଘ୍ରେ ହେଉନି । ପ୍ରତି ପୋଲିସଙ୍କୁ ବାଇକ୍‌ ଦିଆଗଲେ, ସେମାନେ ତୁରନ୍ତ ପହଞ୍ଚିବେ । ତାଙ୍କ ନାଁରେ ବାଇକ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସାଙ୍ଗରେ ବାଇକ୍ ନେଇଯିବେ ପୋଲିସ୍ ଅଧିକାରୀ ।

ଏଥିସହିତ ଖାଲି ପଡିଥିବା ପୋଲିସ୍ ପଦବୀ ପୂରଣ କରିବା ସହିତ ହୋମଗାର୍ଡ ମଧ୍ୟ ନିଂଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରିଥିଲେ । ଆମ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି । ହୋମ୍‌ଗାର୍ଡ ମାନେ ସବୁଠୁ ଅଧିକ କାମ କରିଥାନ୍ତି, ତାଙ୍କୁ କେହି ପଚାରନ୍ତିନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଛି । ହୋମଗାର୍ଡଙ୍କ ମୃତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ଯୋଜନା ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ୍ ବଢ଼ାଯିବ । ରାଜ୍ୟର ସବୁ ମେଡିକାଲ କଲେଜରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯିବ । ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ । ଏଥିସହିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ଆଉଟପୋଷ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button