IBN ଓଡ଼ିଶା ବ୍ୟୁରୋ

ଲୁଣ ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ, ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ଏବଂ ଘରକୁ ଆସିବ ଧନ

ଶାସ୍ତ୍ର ଅନୁଯାୟୀ ଲୁଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଲୁଣର କିଛି ଏପରି ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଏହାବ୍ୟତୀତ ରୋଗ, ଦୁଃଖ, ଦାରିଦ୍ର୍ୟତା ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଲୁଣ ରାହୁ ଏବଂ କେତୁର ପ୍ରତୀକ ମଧ୍ୟ ହୋଇଥାଏ । ତେଣୁ ଏହିସବୁ ଉପାୟ କଲେ ରାହୁ କେତୁ ଏବଂ ଶନି ଦୋଷ ମଧ୍ୟ ଦୂର ହୋଇ ପାରିବ । ଲୁଣକୁ ଲୁହା, ପ୍ଲାଷ୍ଟିକ କିମ୍ବା ଅନ୍ୟ କୌଣସି ଧାତୁରେ ନିର୍ମିତ ପାତ୍ରରେ ରଖିବା ଉଚିତ ନୁହେଁ । ଏହାକୁ କାଚ ଡବାରେ ରଖିବା ସବୁଠାରୁ ଉତ୍ତମ ହୋଇଥାଏ । ଲୁଣକୁ କେବେବି ତଳେ ପକାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ଦୁର୍ଭାଗ୍ୟ ଏବଂ ବିପଦ ଆସିପାରେ ଏବଂ ଶୁକ୍ର ଓ ଚନ୍ଦ୍ରମା ଗ୍ରହ ମଧ୍ୟ ଦୁର୍ବଳ ହୋଇ ପାରନ୍ତି । ଯେଉଁ କାରଣରୁ ଧନରେ ହାନୀ ହୋଇଥାଏ । ଲୁଣକୁ ଅନ୍ୟକୁ ଦେବା ବେଳେ ସିଧାସଳଖ ହାତରେ ଦିଅନ୍ତୁ ନାହିଁ । ଏହାଦ୍ବାରା ସମ୍ବନ୍ଧ ଖରାପ ହୋଇଥାଏ ।

ଘରେ ନକରାତ୍ମକ ଶକ୍ତିକୁ ଦୂର କରିବାକୁ ଚାହୁଁଥିଲେ ଗୁରୁବାର ଦିନକୁ ଛାଡ଼ି ଅନ୍ୟ ବାରରେ ଲୁଣ ମିଶା ପାଣିରେ ପୋଛା ଲଗାନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ଆର୍ଥିକ ଲାଭ କରିବାକୁ ଚାହୁଁଥିଲେ ଏକ କାଚ ଗ୍ଲାସରେ ପାଣି ନେଇ ସେଥିରେ ଲୁଣ ମିଶାଇ ଘରର ନୈରୁତ କୋଣରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଆର୍ଥିକ ଲାଭ ହୋଇଥାଏ । ବାଥରୁମରେ ଅଧିକ ନକରାତ୍ମକତା ଥାଏ । ତେଣୁ ବାଥରୁମରେ ଏକ ପାତ୍ରରେ ଲୁଣ ନେଇ ରଖିଲେ ନକରାତ୍ମକତା ଦୂର ହୋଇଥାଏ ।

ଘରେ କାହାରି ଉପରେ ନଜର ଦୋଷ ଥିଲେ ଏକ ଚିମୁଟା ଲୁଣ ନେଇ ନଜର ଲାଗିଥିବା ଲୋକର ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସାତ ଥର ବୁଲାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ନଜର ସମସ୍ୟା ଦୂର ହୋଇଯିବ । ରାତିରେ ଶୋଇବା ସମୟରେ ବେଡ଼ ତଳେ ମୁଣ୍ଡ ପାଖରେ ଏକ ପାତ୍ରରେ ଲୁଣ ରଖନ୍ତୁ । ଏହାଦ୍ବାରା ନିଦ ଭଲ ହୋଇଥାଏ ଏବଂ ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ । ଏଥିପାଇଁ ସନ୍ଦର୍ଭ ଲୁଣର ବ୍ୟବହାର କରନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟରେ ସୁଧାର ଆସିବ ।

Related Articles

Leave a Reply

Your email address will not be published. Required fields are marked *

Back to top button