ରାଜ୍ୟ

ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ

କେନ୍ଦୁଝର,୨୯/୦୯: ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଅଞ୍ଚଳର ଗୁରୁ ଚରଣ ନାଏକ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଦୁବୁନା ଏସାର ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଦଳି ଦେଲା ଦନ୍ତା । ଚାଲିଗଲା ଆଉ ଏକ ଜୀବନ । ନୟାଗଡ଼ ଅଞ୍ଚଳର ଗୁରୁ ଚରଣ ନାଏକ ଏକ ଖୋଲା ହାଣ୍ଡିଆ ଦୋକାନରେ ଶୋଇଥିଲେ ।

ରବିବାର ଭୋର ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବନବିଭାଗ ଓ ବାମେବାରୀ ପୋଲିସକୁ ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଖବର ପାଇ ବନବିଭାଗ ଓ ବାମେବାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ସେପ୍ଟେମ୍ୱର ୨୦ ତାରିଖରେ କାଳିମାଟିରେ ରାଜେଶ ମୁଣ୍ଡା ନାମକ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ବାମେବାରୀ ଫରେଷ୍ଟ ସେକ୍ସନରେ ଏବେ ୧୦ ରୁ ଅଧିକ ହାତୀ ରହିଥିବା ସୂଚନା ରହିଛି । ତେବେ ଦୁଇ ଦୁଇଟି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button