ରାଜ୍ୟ

ସାଇକେଲ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ୨ ଜଣଙ୍କର ମୃତ୍ୟୁ – Ibnodisha

[ad_1]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ପିଏଚଡି ରାସ୍ତା ଚାରିଛକ ଠାରେ ଗୋଟିଏ ସାଇକେଲ ସହ ବାଇକ ମୁଁହାମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣକ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ରୁକୁଣି ଗାଁର ଅଶୋକ ମୁଦୁଲି ଏବଂ ଅନ୍ୟ ଜଣେ ଚିକଲାଖଣ୍ଡି ଗ୍ରାମର ବି. ପୁରୁଷୋତ୍ତମ ବୋଲି ଜଣାପଡ଼ିଛି । ଆଜି ସନ୍ଧ୍ୟାରେ ଏକ ବାଇକ ଯୋଗେ ପୁରୁଷୋତ୍ତମ ଗ୍ରାମରୁ ସ. ଭେଙ୍କେଟିକୁ ଧରି ଚିକଲଖଣ୍ଡି ଗ୍ରାମରୁ ମାଧପୁର ଯାଉଥିବା ବେଳେ ଚାରିଛକ ଠାରେ ସାଇକେଲ ଚାଳକ ଅଶୋକଙ୍କ ସହିତ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ୍ ଓ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଭେଙ୍କେଟି ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ଛତ୍ରପୁର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button