ରାଜ୍ୟ

ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ସୁବର୍ଣ୍ଣପୁର,୨୯/୦୯: ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାରିବାର ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଂଶାମୁରା ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସୁବର୍ଣ୍ଣପୁର ପଟରୁ ବିନିକା ପଟକୁ ଏକ କାର୍ ଯାଉଥିବା ବେଳେ ଭାରସାମ୍ୟ ହରାଇ ସଂଶାମୁରା ଛକ ନିକଟରେ ଏକ ଘର ଭିତରକୁ ପଶି ଯାଇଥିଲା ।

ଏହି ଦୁର୍ଘଟଣାରେ ଉକ୍ତ ଘରେ ଥିବା ପରିବାର ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲା । ଉକ୍ତ କାର୍ ଭିତରେ ଗଞ୍ଜେଇ କିମ୍ବା କୌଣସି ନିଶାଦ୍ରବ୍ୟ ରହିଥିବା ସନ୍ଦେହ କରାଯାଉଛି । ଏନେଇ ଘରେ ଥିବା ପରିବାର ଲୋକେ ନିକଟସ୍ଥ ଫାଣ୍ଡିରେ ଅଭିଯୋଗ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ମହାଦେବପାଳି ଫାଣ୍ଡି କର୍ମଚାରୀ ପହଞ୍ଚି ତଦନ୍ତ କରୁଛି । ତେବେ ବିନିକା ପୋଲିସ ପହଞ୍ଚିବା ପରେ କାର ଭିତରେ କଣ ଅଛି ତଦନ୍ତ କରାଯିବ ବୋଲି ଜଣାପଡିଛି l

Related Articles

Leave a Reply

Your email address will not be published. Required fields are marked *

Back to top button