ରାଜ୍ୟ

ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ

ବ୍ରହ୍ମପୁର,୨୯/୦୯: ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍ । ଦୁର୍ଘଟଣାରେ ନଡ଼ିଆ ବିକାଳୀଙ୍କ ମୃତ୍ୟୁ । ନଡ଼ିଆ ବିକାଳୀଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଜିପୁର ସନ୍ତୋଷୀ ମା ମନ୍ଦିର ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବିଜିପୁର ସନ୍ତୋଷୀ ମା ମନ୍ଦିର ନିକଟରେ ଏକ ନଡ଼ିଆ ବିକାଳୀ ନଡ଼ିଆ ବିକୁଥିଲା ।

ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି ଉକ୍ତ ନଡିଆ ବିକାଳୀର ଦୋକାନ ଉପରେ ଚଢିଗଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଉକ୍ତ ନଡ଼ିଆ ବିକାଳୀ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button