IBN ଓଡ଼ିଶା ବ୍ୟୁରୋ
କର୍ମଫଳ ଭୋଗୁଛି ପାକିସ୍ତାନ; ଜାତିସଂଘରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ: ଜାତିସଂଘରେ ଶେହବାଜ ସରିଫ ଭାରତ ବିରୁଦ୍ଧରେ ବିଷ ଉଗାରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନକୁ କଡା ନିନ୍ଦା କରିଛନ୍ତି।
ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ଅନ୍ୟର ଜମି ଉପରେ ଅଧିକାର ସାବ୍ୟସ୍ତ କରୁଥିବା ଦେଶର ସତ୍ୟତା ପ୍ରକାଶ ପାଇବା ଉଚିତ୍।
ଜାତିସଂଘରେ ଶାହାବାଜ ସରିଫ କହିଥିଲେ ଯେ ଭାରତ ହିନ୍ଦୁତ୍ୱର ଏଜେଣ୍ଡା ଅନୁସରଣ କରୁଛି ଏବଂ ପାଲେଷ୍ଟାଇନ ପରି ଜାମ୍ମୁ କାଶ୍ମୀରର ଲୋକମାନେ ମଧ୍ୟ ସେମାନଙ୍କ ସ୍ୱାଧୀନତା ପାଇଁ ସଂଘର୍ଷ କରୁଛନ୍ତି।
ଯାହାକୁ ନେଇ ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନର ଆତଙ୍କବାଦୀ ନୀତି କଦାପି ସଫଳ ହେବ ନାହିଁ। ପାକିସ୍ତାନକୁ କଦାପି କ୍ଷମା କରାଯାଇପାରିବ ନାହିଁ। ଏଭଳି କାର୍ଯ୍ୟକଳାପର ପରିଣତି ନିଶ୍ଚିତ ରୂପେ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆମେ ଆଜି ଦେଖୁଛୁ ଯେ ପରର ମନ୍ଦ ଚିନ୍ତା କରୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି।