IBN ଓଡ଼ିଶା ବ୍ୟୁରୋ

ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଲବଣଗିରି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏଥିଲାଗି ଡିସେମ୍ବର ୧୨ରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଐତିହାସିକ ଲବଣଗିରି ପାହାଡ଼ ଶୀର୍ଷରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଏବଂ ଉଦ୍ୟାନର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଭୁବନେଶ୍ବର ନିକଟସ୍ଥ କପିଳପ୍ରସାଦ ଜଟଣୀ ରାସ୍ତା ପ୍ରଧାନସାହି, ପାଞ୍ଚଗାଁ, ଜାମୁକୋଳି ନିକଟରେ ଐତିହାସିକ ଲବଣଗିରି ପାହାଡ଼ ରହିଛି। ପାହାଡ଼ ଉପରେ ଲବଣଗିରି ଟ୍ରଷ୍ଟବୋର୍ଡ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଓ ଉଦ୍ୟାନ ନିର୍ମାଣ କରାଯାଇଛି। ଡିସେମ୍ବର ୧୧ ଓ ୧୨ରେ ଦୁଇଦିନ ସେଠାରେ ହୋମଯଜ୍ଞ ଅନୁଷ୍ଠିତ ହେବ। ପୂର୍ଣ୍ଣାହୂତି ସମାରୋହରେ କେଦାରନାଥ, ବଦ୍ରୀନାଥ, ସୋମନାଥ ଏବଂ ତିରୁପତିରୁ ବିଦ୍ବାନ, ପଣ୍ଡିତ ଏବଂ ସାଧୁସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ରାଷ୍ଟ୍ରପତିଙ୍କ ସହ ଏହି କାର୍ଯ୍ୟରେ ସମ୍ମାନିତ ଅତିଥିଭାବେ ପୁରୀ ରାଜା ଗଜପତି ମହାରାଜ ଦିବ୍ୟସିଂହଦେବ, ସ୍ବାମୀ ଶ୍ରୀନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କଂଗ୍ରେସ ନେତା ଡ. ଅଜୟ କୁମାର ଏବଂ ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଲବଣଗିରି ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଓ ସମ୍ପାଦକ ସୁଧାଂଶୁ ମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button